ଚନ୍ଦ୍ରରେ ପାଣି କିପରି ଉପିନ୍ନ କରାଯିବ ତାହାର ଉପାୟ ବୈଜ୍ଞାନିକମାନେ ଆବିଷ୍କାର କରିସାରିଛନ୍ତି । ବୈଜ୍ଞାନିକମାନେ କମ୍ପୁ୍ୟଟର ଆଲ୍ଗୋରିଦମ୍ ଜରିଆରେ ଚନ୍ଦ୍ରରେ ପାଣି ଉପିନ୍ନ କରିବା ପକ୍ରିୟାର ସନ୍ଧାନ କରିଛନ୍ତି । ପ୍ରୋଟିନ୍ ଥିବା ସୋଲାର୍ ୱିଣ୍ଡ ଚନ୍ଦ୍ରରେ ୪୫୦ କିମି ପ୍ରତି ସେକେଣ୍ଡ ବୋହିଥାଏ । ଫଳରେ ସେଠାରେ ଏକ ଏପରି ତତ୍ତ୍ୱ ସୃଷ୍ଟି ହେଉଛି ଯେଉଁଥିରୁ ପାଣି ଉପିନ୍ନ କରାଯାଇପାରିବ । ବୈଜ୍ଞାନିକଙ୍କ ମତରେ, ସୋଲାର ଓି୍ୱଣ୍ଡରେ ପ୍ରୋଟିନ୍ ଥାଏ ଯାହା ଚନ୍ଦ୍ରରେ ଇଲେକେଫ୍ରାନ୍ ସୃଷ୍ଟି କରେ । ଫଳରେ ଉପରୋକ୍ତ ଦୁଇଟି ଉପିାଦର ମିଶ୍ରଣରେ ହାଇଡ୍ରୋଜେନ୍ ପରମାଣୁ ଜାତ ହୋଇଥାଏ । ଚନ୍ଦ୍ରରେ ମାଟିରେ ଭିନ୍ନ ଭିନ୍ନ ପ୍ରକାର ଅଣୁ ରହିଥାଏ ଫଳରେ ସେଥିରୁ ଅକ୍ସିଜେନ୍ ସୃଷ୍ଟି ହୋଇଥାଏ । ହାଇଡ୍ରୋଜେନ୍ ଓ ଅକ୍ସିଜେନ୍ର ମିଶ୍ରଣରେ ପାଣି ସୃଷ୍ଟି ହୋଇଥାଏ । ନାସାର ଗବେଷକଙ୍କ ମତରେ, ଏଠାରେ ଜଳ ଉପିାଦନ ତତ୍ତ୍ୱ ନାହିଁ ବୋଲି କୁହାଯାଉଥିଲା କିନ୍ତୁ ସୌରଶକ୍ତି ଦ୍ୱାରା ପରିଚାଳିତ ପବନ ଚନ୍ଦ୍ରଙ୍କ ଆଡକୁ ବୋହିବା ଫଳରେ ଏଠାରେ ଜଳ ଉପିନ୍ନ କ୍ଷମତା ରହିଛି ବୋଲି ଜଣାପଡିଲା । ଚନ୍ଦ୍ରରେ କେତେ ପାଣି ରହିଛି ଓ ଏହାର ସମ୍ଭାବିତ ସ୍ରୋତ କେତେ ତାହା ଜଣାପଡିନାହିଁ ମନୁଷ୍ୟ ଚନ୍ଦ୍ରରେ ରହି ଏହାର ପରୀକ୍ଷଣ କରିପାରିବ ବୋଲି କୁହାଯାଇଛି ।