ବର୍ତ୍ତମାନ ବିକୀ କୋଶଲଙ୍କୁ ନେଇ ବଲିଉଡ୍ର ମାହୋଲ ପୁରା ସର୍ଗରମ୍ । ବିକୀଙ୍କ ଅଭିନୀତ ଫିଲ୍ମ ‘ଉରୀ:ଦ ସର୍ଜିକାଲ ଷ୍ଟ୍ରାଇକ୍’ ବକ୍ସ ଅଫିସରେ ଧମାଲ ମଚେଇଛି । ଉରୀ ଦେଇଛି ବିକୀଙ୍କ ଫିଲି୍ମ କ୍ୟାରିୟରକୁ ଅପାରପୂର୍ବ ସଫଳତା । ଏବେ ବିକୀଙ୍କ ହାତକୁ ଆଉ ଏକ ବଡ଼ କାମ ଧରାଦେଇଛି। ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମାଙ୍କ ଜୀବନୀକୁ ନେଇ ନିର୍ମାଣ ହେବାକୁ ଯାଉଛି ବଲିଉଡ୍ ଫିଲ୍ମ ଆଉ ଯାହାର ଅଫର ମିଳିଛି ବିକୀ କୋଶଲଙ୍କୁ । ଦୀର୍ଘ ୮ମାସ ହେବ ଫିଲ୍ମ ‘ସାରେ ଜାହାଁ ସେ ଅଛା’ରେ ବଲିଉଡ୍ ବାଦ୍ଶାହା ମୁଖ୍ୟ ଭୂମିକାରେ ଅଭିନୟ କରିବେ ବୋଲି ଯୋଜନା କରାଯାଇଥିଲା । କିନ୍ତୁ ଏବେ ଶୁଣିବାକୁ ମିଳୁଛି କିଙ୍ଗ ଖାନ୍ଙ୍କ ଜାଗାରେ କୁଆଡ଼େ ବିକୀ ଅଭିନୟ କରିବେ। ଗଣମାଧ୍ୟମରେ ବିକୀ ରାକେଶ ଶର୍ମାଙ୍କ ଫିଲ୍ମରେ ଅଭିନୟ କରିବା କଥା ହାଇଲାଇଟ୍ ହେଉଥିବାବେଳେ ଫିଲ୍ମ ନିର୍ମାତା ଏ ନେଇ କୌଣସି ବିଶେଷ ଘୋଷଣା କରି ନାହାନ୍ତି। ଫିଲ୍ମର ନିର୍ଦ୍ଦେଶକ ରାଣୀ ସ୍କ୍ରୁୱାଲା ଉରୀରେ ବିକୀଙ୍କ ଅଭିନୟରେ ପ୍ରଭାବୀତ ହୋଇଛନ୍ତି । ସେପଟେ କୁହାଯାଉଛି ଫିଲ୍ମ ପାଇଁ ବକୀ ନିଜର ପୂର୍ବ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ।
ପ୍ରଥମେ ରାକେଶ ଶର୍ମାଙ୍କ ବାଇଓପିକ୍ ପାଇଁ ଅମିର ଖାନ୍ଙ୍କୁ ବଛା ଯାଇଥିଲା, ଅମିର ଏ ଫିଲ୍ମରେ ଅଭିନୟ କରିବାକୁ ମନା କରିବା ପରେ ଶାହାରୁଖଙ୍କୁ ଏ ଫିଲ୍ମର ଅଫର ମିଳିଲା । ବର୍ତ୍ତମାନ କୌଣସି କାରଣରୁ ଶାହାରୁଖ ‘ସରେ ଜାହାଁ ସେ ଅଛା’ରେ ଅଭିନୟ କରିବାକୁ ମନା କରିବା ପରେ ବିକୀଙ୍କୁ ଏ ଫିଲ୍ମର ଅଫର ମିଳିଛି । ବିକୀଙ୍କ ଫିଲ୍ମ ‘ଉରୀ’ ବକ୍ସ ଅଫିସରେ ଏପର୍ଯ୍ୟନ୍ତ ୨୩୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିବାରେ ସଫଳ ହୋଇଛି ।
