ପ୍ରସ୍ତୁତି ସାମଗ୍ରୀ-୫୦୦ଗ୍ରାମ୍ ଚିକେନ, ୨ଟା ଗୁଜୁରାତି, ୧ଟା ପିଆଜ, ୧ଚାମଚ ଗୋଲମରିଚ ଗୁଣ୍ଡ, ଅଳ୍ପ ଅଦା, ୧ଚାମଚ ବଟର, ୬ପାଖୁଡ଼ା ରସୁଣ, ୧ଚାମଚ କର୍ନଫ୍ଲାୱାର, ୨ଟା ତେଜପତ୍ର, ୨ଖଣ୍ଡ ଡାଲଚିନି, ୨ଚାମଚ ଟମାଟୋ ସସ୍ ।
ପ୍ରଣାଳୀ-ଚିକେନ୍କୁ ୬କପ୍ ପାଣି ଦେଇ କମ୍ ଆଞ୍ଚରେ ବସା;ୁ । ସେଥିରେ ପିଆଜ କଟା, ଅଦା, ରସୁଣ ଛେଚା, ତେଜପତ୍ର ଡାଲଚିନି, ଗୁଜୁରାତି ଦେଇଦିଅ;ୁ । ଲୁଣ ଦେବେ ହେଲେ ହଳଦୀ ଦେବେନି । ପାଣି ସିଝିଯାଇ ୪କପ୍ ପରିମାଣ ରହିଲେ ଏହା ଓହ୍ଲାଇ ନେବେ । ପାଣିକୁ ଚାଲୁଣିରେ ଛାଣିନେବେ । ଏହି ଚିକେନ୍ ପାଣିରେ କର୍ନଫ୍ଲାୱାର ମିଶାଇ ଦେବେ । ଟମାଟୋ ସସ୍, ବଟର ଓ ଗୋଲମରିଚ ଗୁଣ୍ଡ ପକାଇବେ । ଇଚ୍ଛା ହେଲେ ବିନ୍ ଓ ଗାଜର ଛୋଟ ଛୋଟ କାଟି ସିଝାଇ ନେଇ ମୁଠାଏ ଏଥିରେ ପକାଇ ପାରନ୍ତି । ପାଉଁରୁଟି କଡା କରି ଛାଣି ଏଥିରେ ଦେଇ ଖାଇ ପାରନ୍ତି ।
Next Post