ଚିକେନ କର୍ଣ୍ଣ ସୁପ୍‌

ପ୍ରସ୍ତୁତି ସାମଗ୍ରୀ- ୫୦୦ଗ୍ରାମ୍‌ ଚିକେନ୍‌, ୨ଟା ଗୁଜୁରାତି, ୧ଟା ପିଆଜ, ୧ଚା ଗୋଲମରିଚ ଗୁଣ୍ଡ, ଅଳ୍ପ ଅଦା, ୧ ଚାମଚ ବଟର, ୬ ପାଖୁଡ଼ା ରସୁଣ, ୧ଚାମଚ କର୍ନଫ୍ଲାୱାର, ୨ଟା ତେଜପତ୍ର, ମୁଠାଏ ଚାଉ, ୨ଖଣ୍ଡ ଡାଲଚିନି, ୨ଚାମଚ ଟମାଟୋ ସସ୍‌, ମକା ୧କପ୍‌ ।
ପ୍ରଣାଳୀ-ଚିକେନ୍‌କୁ ୬କପ୍‌ ପାଣି ଦେଇ କମ୍‌ ଆଞ୍ଚରେ ବସାନ୍ତୁ । ସେଥିରେ କଟା ପିଆଜ, ଅଦା- ରସୁଣ ଛେଚା, ତେଜପତ୍ର ଡାଲଚିନି, ଗୁଜୁରାତି, ଅଳ୍ପ ଲୁଣ ଏବଂ ୪କପ୍‌ ପାଣି ଦେଇ ଏହାକୁ ସିଝାଇ ଦିଅନ୍ତୁ । ଚିକେନ୍‌ ସିଝିଗଲା ପରେ ଏହାକୁ ଓହ୍ଲାଇ ଦିଅନ୍ତୁ । ଏବେ ଚିକେନ୍‌କୁୁ ପାଣିକୁ ଛାଣିନିଅନ୍ତୁ । ଅନ୍ୟ ଏକ ପାତ୍ରରେ ୧କପ୍‌ ପାଣି ଦେଇ ମକାକୁ ସିଝେଇ ଦିଅନ୍ତୁ । ମକା ସିଝିଗଲା ପରେ ଏହାକୁ ଚକଟିଲା ପରି କରନ୍ତୁ । ମକା ସିଝିଗଲା ପରେ ପୂର୍ବରୁ ରଖାଯାଇଥିବା ଚିକେନ୍‌ ସୁପ୍‌କୁ ଏଥିରେ ମିଶେଇ ଦିଅନ୍ତୁ । ଏବେ ଏଥିରେ କର୍ନଫ୍ଲାୱାର ଗୁଣ୍ଡ ମିଶାଇ ଫୁଟେଇ ଦିଅନ୍ତୁ । ଭଲ ଭାବରେ ଫୁଟିଗଲା ପରେ ଟମାଟୋ ସସ୍‌, ବଟର ଓ ଗୋଲମରିଚ ଗୁଣ୍ଡକୁ ପକାଇ ଅଳ୍ପ ସମୟ ପାଇଁ ଚୁଲିରେ ବସାନ୍ତୁ । କିଛି ସମୟ ପରେ ଏହାକୁ ଓହ୍ଲାଇ ଗରମ ଗରମ ସର୍ଭ କରନ୍ତୁ ଚିକେନ୍‌ କର୍ନ ସୁପ୍‌ ।