ପ୍ରସ୍ତୁତି ସାମଗ୍ରୀ- ୨୫୦ ଗ୍ରାମ୍ ଚିଙ୍ଗୁଡ଼ି, ଅଧାକିଲୋ ପଣସକଷି, ୨ଟି ଆଳୁ, ୧ଟି ପିଆଜ, ଅଧଇଞ୍ଚ ଅଦା, ୧ ଚାମଚ ଜିରା, ୧ ଚାମଚ ଧନିଆଁ, ୧ ଇଞ୍ଚ ଡ଼ାଲଚିନି, ୨ଟା ଗୁଜୁରାତି, ୬ଟା ଲାଲ୍ଲଙ୍କା, ୨ଟି ତେଜପତ୍ର, ୩ ଚାମଚ ସୋରିଷତେଲ, ୧ ଚାମଚ ଘିଅ, ଲୁଣ ଓ ହଳଦୀ ।
ପ୍ରଣାଳୀ- ପଣସକଠା ଏବଂ ଆଳୁକୁ ମଧ୍ୟମ ସାଇଜର କାଟିକରି ରଖିବ । ତା’ପରେ ପିଆଦ, ଅଦା, ଜିରା, ଲଙ୍କା, ଧନିଆ ଓ ତେଜପତ୍ରକୁ ଚିMଣ କରି ବାଟି ରଖିବ । ଡ଼ାଲଚିନି, ଗୁଜୁରାତିକୁ ଅଲଗାରେ ଚିMଣ କରି ବାଟି ରଖିବ । ତେଲରେ ଚିଙ୍ଗୁଡ଼ିକୁ ଭାଜି ରଖିବ । ସେହି ତେଲରେ ପଣସକଠା ଓ ଆଳୁକୁ ଲୁଣ ଓ ହଳଦୀ ପକାଇ ଅଳ୍ପ ସମୟ ଭାଜିବା ପରେ ପିଆଜକୁ ମସଲା ପକାଇ ଦେଇ ଭାଜିବ । ମସଲାରୁ ଭଲ ବାସନା ଆସିଲେ ପାଣି ପକାଇଦେବ । ସେତେବେଳେ ଢ଼ାଙ୍କୁଣି ଘୋଡ଼ାଇଦେବ । ପଣସ ସିଝିଗଲେ ଚିଙ୍ଗୁଡ଼ିଭଜା ଓ ଡ଼ାଲଚିନିବଟା ପକାଇ ଭଲରୂପେ ଗୋଳାଗୋଳି କରି ରଖିବ । ଏଥିରେ ଝୋଳ ମୋଟେ ରହିବ ନାହିଁ । ତା’ପରେ ଉପରେ ଘିଅ ପକାଇ ଓହ୍ଲାଇଦେବ ।
Prev Post
Next Post