ପ୍ରସ୍ତୁତି ସାମଗ୍ରୀ- ଅଧକେଜି କିମ୍ବା ମଧ୍ୟମ ସାଇଜର ଚିଙ୍ଗୁଡ଼ି ମାଛ ଓ ଫାଳେ ନଡ଼ିଆ, ୫ଗୋଟି କଞ୍ଚାଲଙ୍କା, ଅଧା ଚାମଚ ଡାଲଚିନି ଓ ଅଧାକପ୍ ତେଲ, ୧ଚାମଚ ଜିରା, ଖଣ୍ଡେ ଅଦା, ଆବଶ୍ୟକ ଅନୁସାରେ ଲୁଣ ଓ ହଳଦୀ ।
ପ୍ରଣାଳୀ-ଚିଙ୍ଗୁଡ଼ି ମାଛର ଚୋପା ଛଡ଼ାଇ ସଫା କରିଦେବେ । ଛୋଟ ହୋଇଥିଲେ ଗୋଟା ଗୋଟା ରଖିବେ ଏବଂ ବଡ଼ ହୋଇଥିଲେ ୨କିମ୍ବା ୩ଖଣ୍ଡ କରି ରଖିବେ । ଜିରା, ତେଜପତ୍ର, ଅଦା ଓ କଞ୍ଚାଲଙ୍କାକୁ ବାଟିଦେବେ । କରେଇରେ ତେଲ ଗରମ କରି ବଟା ମସଲାକୁ କଷିଦେଇ ଚିଙ୍ଗୁଡ଼ି ଏବଂ ଲୁଣ ହଳଦୀ ପକାଇବେ । ସେଥିରେ ଅଳ୍ପ ପାଣି ଦେଇ ଦେବେ । ପାଣି ଏପରି ଦେବେ ଯେପରି ଚିଙ୍ଗୁଡ଼ି ସିଝିଲା ପରେ ଅଳ୍ପ ଝୋଳ ରହିବ । ଝୋଳ ଫୁଟି ଆସିଲେ ସେଥିରେ ଡାଲଚିନି ଏବଂ ଗୁଜୁରାତିର ଗୁଣ୍ଡ ପକାଇଦେବେ । ଚିଙ୍ଗୁଡ଼ି ସିଝିଗଲେ ତରକାରୀକୁ ଓହ୍ଲାଇଦେବେ ।
Prev Post