ଭୁବନେଶ୍ଵର,୧୨/୭: ବହୁଚର୍ଚ୍ଚିତ ଚିଟଫଣ୍ଡ ମାମଲାର ତଦନ୍ତ କରୁଥିବା ତଦନ୍ତ କମିଶନ ସପ୍ତମ ଅନ୍ତରୀଣ ରିପୋର୍ଟ ଦାଖଲ କରିଛନ୍ତି। ଜଷ୍ଟିସ ଏମଏମ ଦାଶ କମିଶନ ଶୁକ୍ରବାର ରାଜ୍ୟ ଗୃହ ବିଭାଗରେ ରିପୋର୍ଟ ଦାଖଲ କରିଛନ୍ତି। ରିପୋର୍ଟରେ ୧ ଲକ୍ଷ ୩୬ ହଜାର ୨୭ ଜଣ କ୍ଷୁଦ୍ର ଜମାକାରୀଙ୍କ ଚିହ୍ନଟ କରାଯାଇଛି। ଏହି ପରି ଏ ଯାବତ ମୋଟ୍ ୪ ଲକ୍ଷ ୯୭ ହଜାର ୮୪୪ ଜମାକାରୀ ଚିହ୍ନଟ ହୋଇଛି।
ତଦନ୍ତ କମିଶନଙ୍କ ରିପୋର୍ଟ ମୁତାବକ, ମୋଟ୍ ୪ ଲକ୍ଷ ୯୭ ହଜାର ୮୪୪ ଜମାକାରୀଙ୍କ ମଧ୍ୟରୁ ୧୯୩୧ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଇଛି। କେବଳ ଏତିକି ନୁହେଁ ୪୨୧ଟି ଚିଟଫଣ୍ଡ କମ୍ପାନୀକୁ ଚିହ୍ନଟ କରାଯାଇଥିବା ଉଲ୍ଲେଖ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ତଦନ୍ତ କମିଶନ ଷଷ୍ଠ ରିପୋର୍ଟ ଦାଖଲ କରି ସାରିଛନ୍ତି। ସେଥିରେ ସେ ଜମାକାରୀଙ୍କ ସୂଚନା ଦେଇ ଚାଲିଛନ୍ତି। ମାତ୍ର ଚିହ୍ନଟ ଜମାକାରୀଙ୍କୁ କେବେ ଅର୍ଥ ମିଳିବ ଏ ନେଇ କୌଣସି ସୂଚନା ଦିଆଯାଇ ନାହିଁ।
ଏ ପର୍ୟ୍ୟ ନ୍ତ ଚିହ୍ନଟ ହୋଇଥିବା ମୋଟ୍ ୪ ଲକ୍ଷ ୯୭ ହଜାର ୮୪୪ ଜମାକାରୀଙ୍କ ମଧ୍ୟରୁ ଏ ଯାଏ ମାତ୍ର ୧୯୩୧ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଇଛି। ତେବେ ପ୍ରଶ୍ନ ଉଠୁଛି ଯେ, ଜମାକାରୀଙ୍କୁ କେବେ ଟଙ୍କା ମିଳିବ। ବର୍ଷ ପରେ ବର୍ଷ ବିତି ଚାଲିଥିଲେ ମଧ୍ୟ ଏ ପର୍ୟ୍ୟଶନ୍ତ ଜମାକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇ ନାହିଁ।