ଚିନ୍ତାକଲେ ଶରୀର ଦୁର୍ବଳ ହୁଏ କାହିଁକି ?

ଅଧିକ ଚିନ୍ତା କରିବା ଦ୍ୱାରା ତାର ପ୍ରଭାବ ଶରୀର ଉପରେ ପଡିଥାଏ । ସାଧାରଣ ଅବସ୍ଥାରେ ଆମ ଶରୀର ବିନିଯୋଗ କରୁଥିବା ଶକ୍ତିର ପ୍ରାୟ ୪୦ ଭାଗ କେବଳ ମସ୍ତିଷ୍କ ବ୍ୟବହାର କରିଥାଏ । ଅତ୍ୟଧିକ ଚିନ୍ତା ହେତୁ ମସ୍ତିଷ୍କ ଉପରେ ଅଧିକ ଚାପ ପଡୁଥିବାରୁ ଅଧିକ ଶକ୍ତି ଆବଶ୍ୟକ ହୁଏ । ଫଳରେ ଶରୀରର ଅନ୍ୟାନ୍ୟ ଅଂଶ ଆବଶ୍ୟକ ଶକ୍ତି ପାଇବାରୁ ବଞ୍ଚିତ ହୁଅନ୍ତି ଏବଂ କ୍ରମେ ଦୁର୍ବଳ ହୁଅନ୍ତି । ଅଧିକ ଚିନ୍ତାର ପ୍ରଭାବ ଖାଦ୍ୟ ପ୍ରକ୍ରିୟାକରଣ ଉପରେ ମଧ୍ୟ ପଡିଥାଏ । ଖାଦ୍ୟ ଠିକ ଭାବରେ ହଜମ ହୁଏ ନାହିଁ । ଭୋକ ଶୋଷ କମିବା ସହ ଅସ୍ଥିରତା ବଢିଯାଏ । ଖାଦ୍ୟ ଓ ପାନୀୟର ଅଭାବ ଯୋଗୁଁ ଶରୀର ଧୀରେ ଧୀରେ ଦୁର୍ବଳ ହୋଇଥାଏ ।