ଛତିଶଗଡରେ ପ୍ରଥମ ପର୍ଯ୍ୟାୟରେ ୭0% ମତଦାନ

ଛତିଶଗଡ,୧୨/୧୧: ରାଜ୍ୟରେ ୧୮ ଟି ବିଧାନସଭା ଆସନରେ ଆଜି ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣରେ ଅତି ଉତ୍ସାହଜନକ ମତଦାନ ହୋଇଛି। ପ୍ରାୟ ୭୦ ପ୍ରତିଶତ ମତଦାତା ବୁଲେଟର ଜବାବ ଇଭିଏମରେ ଦେଇଛନ୍ତି। ଯାହା ଗତବର୍ଷ ତୁଳନାରେ ଅଧିକ ।
ରାଜ୍ୟର ସବୁଠାରୁ ଅଧିକ ନକ୍ସଲ ପ୍ରଭାବିତ ଜିଲ୍ଲା ସୁକମାର ପାଲାମା ଆଡଗୁରେ ୧୫ ବର୍ଷ ପରେ ଜନତା ନିଜ ଅଧିକାରକୁ ବ୍ୟବହାର କରିଛନ୍ତି। ମାଓ ପ୍ରଭାବିତ ମୋହନା, ମାନପୁର, ଅନ୍ତାଗଡ, କୋଙ୍କେର, କେଶକାଲ, କାଣ୍ଡୋଗାମ, କୋଣ୍ଟା ଏବଂ ବିଜାପୁରରେ ସକାଳ ୭ରୁ ଦ୍ୱିପ୍ରହର ୩ ଟା ଯାଏଁ ମତଦାନ ଚାଲିଥିଲା। ଅନ୍ୟ ସମସ୍ତ ସ୍ଥାନରେ ଅପରାହ୍ନ ୫ ଟା ଯାଏଁ ଭୋଟଗ୍ରହଣ ଜାରି ରହିଥିଲା। ସେହିପରି ଦାନ୍ତେଓ୍ୱାଡା ଜିଲ୍ଲାରେ ନକ୍ସଲମାନେ ବିସ୍ଫୋରଣ ଘଟାଇଥିଲେ। ବିଜାପୁରୁରେ ଯବାନ ଏବଂ ନକ୍ସଲ ମୁହାଁମୁହିଁ ହୋଇଥିଲେ। ଏଥିରେ ୩ଜଣ ଯବାନ ଆହତ ହେବା ସହ ୫ ଜଣ ମାଓ କ୍ୟାଡର ନିହତ ହୋଇଛନ୍ତି।