ଛତୁ କୋପ୍ତା ତରକାରି

0

ପ୍ରସ୍ତୁତି ସାମଗ୍ରୀ-୪୦୦ଗ୍ରାମ୍‌ ଛତୁ, ୧ଟି ଟମାଟୋ, ୩ବଡ଼ ଚାମଚ ସୁଜି, ଅଧା କପ୍‌ ବେସନ, ୧ଟି କଟା ରସୁଣ, ୨ଟି କଟା କଞ୍ଚାଲଙ୍କା, ଛାଣିବା ପାଇଁ ସୋରିଷ ତେଲ, ଗୋଟିଏ ଟମାଟୋ (ଗ୍ରାଇଣ୍ଡ କରା ହୋଇଥିବ), ୪କପ୍‌ ପାଣି, ୧ବଡ଼ ଚାମଚ କୋରା ହୋଇଥିବା ଗାଜର ଓ ୧ଚାମଚ ଗୁଣ୍ଡ ଡାଲଚିନି ।
ପ୍ରଣାଳୀ-ଛତୁର ନାଡ଼ରୁ ଚୋପା ଛଡ଼ାଇ ଧୋଇ ଟିକି ଟିକି କରି କାଟି ହଳଦି ଓ ପାଣି ଦେଇ କଡ଼େଇରେ ଢାଙ୍କୁଣୀ ଦେଇ ଅଳ୍ପ ଜାଳରେ ସିଝାଇ ଦିଅ;ୁ । ସିଝିଗଲେ ଥଣ୍ଡା କରି ସିଝାଆଳୁ, କଟା ଲଙ୍କା, ରସୁଣ ବଟା, ଲୁଣ ଓ ସୁଜି, ମଇଦା ଦେଇ ଭଲଭାବେ ଚକଟି ହାତରେ ମୁଠେଇ ଲମ୍ବା ଆକାର କରି ଗଢି ରଖ;ୁ । କଡ଼େଇରେ ତେଲ ଦେଇ ସେଗୁଡ଼ିକ ଧିମା ଜାଳରେ ବାଦାମୀ ରଙ୍ଗ ହେଲା ପର୍ଯ୍ୟନ୍ତ ଛାଣି ରଖ;ୁ । ବେଶୀ କଡ଼ା କରିବେ ନାହିଁ । ଅନ୍ୟ ଏକ ପ୍ୟାନ୍‌ ବା କଡ଼େଇରେ ୩ଚାମଚ ତେଲ ଦେଇ ଜିରା, ସୋରିଷ ଫୁଟାଇ ବଟା ମସଲା ପକାଇ କଷିବା ବେଳେ ଟମାଟୋ ଗ୍ରେଭି, ଚିନି ପକାଇବେ ଏବଂ ଅଳ୍ପ ସମୟ ପରେ ପାଣି ଦେଇଦେବେ । ଏହାପୂର୍ବର ଗାଜର କୋରା ପକାଇବେ । ମସଲା ପୁଣି ଫୁଟି ଆସିଲେ କୋପ୍ତାଗୁଡ଼ିକ ପକାଇବେ ଏବଂ ଧିମା ଜାଳରେ ଢାଙ୍କୁଣୀ ଦେଇ ୨ମିନିଟ୍‌ ଫୁଟାଇ ଗ୍ୟାସ୍‌ ବନ୍ଦ କରିବେ । ତା’ପରେ ଗରମ ମସଲାଗୁଣ୍ଡ ପକାଇ ଘାଣ୍ଟି ଘୋଡ଼ାଇ ରଖିବେ । ସାମାନ୍ୟ ଉଷୁମ ଥିବା ବେଳେ ଏହାକୁ ପରଷ;ୁ ।

Leave A Reply

Your email address will not be published.