ପ୍ରସ୍ତୁତି ସାମଗ୍ରୀ- ୧କପ୍ ଚୂନା ଚୂନା କଟା ଛତୁ, ୨କପ୍ ଅଟା, ୧କପ୍ ମଇଦା, ୨ଟି ସିଝାଆଳୁ, ଅଧା କପ୍ କଟା ପିଆଜ, ୨ଚାମଚ ଅଦା ରସୁଣର ବଟା, ଅଧା ଚାମଚ କଟାଲଙ୍କା, ୨ଚାମଚ କଟା ଧନିଆପତ୍ର, ୧ ଚାମଚ ଗରମମସଲା ଗୁଣ୍ଡ, ଆବଶ୍ୟକୀୟ ଘିଅ ବା ରିଫାଇନ୍ ।
ପ୍ରଣାଳୀ- ଅଟା ଓ ମଇଦାକୁ ଏକାଠି ଲୁଣ ଓ ପାଣି ଦେଇ ଭଲ ଭାବେ ଚକଟି ୧ଘଣ୍ଟା ରଖି ଦିଅ;ୁ । ଏହାପରେ ଆଳୁ ସିଝାଇ ସମସ୍ତ ମସଲା ମିଶାଇ ଓ ଛତୁ କଟା ପକାଇ ଛୋଟ ଛୋଟ ଗୁଳା ପ୍ରସ୍ତୁତ କର;ୁ । ପରେ ଏହି ଛୋଟ ଗୁଳାକୁ ଅଟା ଗୁଳା ମଧ୍ୟରେ ରଖି ନିଜର ପସନ୍ଦ ଅନୁସାରେ ପରଟା ବେଲ;ୁ । ଏହାପରେ ଘିଅ କିମ୍ବା ରିଫାଇନ୍ ତେଲ ପକାଇ ପରଟା ସେକି ଦିଅ;ୁ । ଟମାଟୋ କିମ୍ବା ଚିଲି ସସ୍ ସହିତ ଏହାକୁ ଗରମ ଗରମ ପରଷ;ୁ ।
