ଛତୁ ସାଲାଡ଼୍‌

ପ୍ରସ୍ତୁତି ସାମଗ୍ରୀ- ୧କପ୍‌ କଟା ଛତୁ, ୧ଚାମଚ କଟା ଟମାଟୋ, ୧ ଚାମଚ କଟା କଞ୍ଚାଲଙ୍କା, ଅଧା କପ୍‌ କଟା ପିଆଜ, ୧ଚାମଚ କଟା ରସୁଣ, ୧ ଚାମଚ କଟା କାକୁଡ଼ି, ୧ଚାମଚ ଗଜାମୁଗ ଓ ଗଜାବୁଟ, ୧ଚାମଚ ସୋରିଷତେଲ, ୨ଟି ଶୁଖିଲା ଲଙ୍କା, ୧କପ୍‌ ସାମାନ୍ୟ ଚିନିମିଶା ବସାଦହି ଏବଂ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରଣାଳୀ- ପ୍ରଥମେ କଡ଼େଇରେ ତେଲ, ହେଙ୍ଗୁ, ଶୁଖିଲା ଲଙ୍କା, ଭୁର୍ସଙ୍ଗ ପତ୍ର ପକାଇ ଭାଜ;ୁ । ତା’ପରେ ସେଥିରେ କଟା ଛତୁକୁ ପକାଇ ସାମାନ୍ୟ ଭାଜି, ଗୋଟିଏ ବଡ଼ ପାତ୍ରକୁ ଢାଳି ଦିଅ;ୁ । ଏବେ ସେଥିରେ କଟା ହୋଇଥିବା ସମସ୍ତ ସାମଗ୍ରୀ ପକାଇ ଗୋଳାଇ ଦିଅ;ୁ । ତା’ପରେ ଏଥିରେ ଦହି ଓ କୋରା ନଡ଼ିଆ ମିଶା;ୁ । ପ୍ରସ୍ତୁତ ହୋଇଗଲା ପରେ ଗୁଣ୍ଡ ଗୋଲମରିଚ ଓ ଲୁଣ ପକାଇ ପରିବେଷଣ କର;ୁ ।