ଭୁବନେଶ୍ୱର,୫/୪: ଲୋକସଭା ନିର୍ବାଚନର ଠିକ ପୂର୍ବରୁ ପୁଣେରେ ଛାତ୍ରୀଙ୍କ ସହ କଥାବାର୍ତ୍ତା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀ ଶୁକ୍ରବାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ତାଙ୍କ ଉପରେ କ୍ରୋଧର ଭାବନା ରଖୁଛନ୍ତି, କିନ୍ତୁ ସେ ପ୍ରଧାନମନ୍ତ୍ରୀଙ୍କୁ ଭଲ ପାଉଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି ଯେ ମୋ ମନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଘୃଣା ଭାବ ନାହିଁ କିନ୍ତୁ ପ୍ରଧାନମନ୍ତ୍ରୀ ମୋ ଉପରେ କ୍ରୋଧ କରୁଛନ୍ତି ।
ଛାତ୍ରୀମାନଙ୍କ କଥା ବାର୍ତ୍ତା ହୋଇ ରାହୁଲ ଗାନ୍ଧୀ ଅନେକ ପ୍ରସଙ୍ଗ ଉପରେ ନିଜର ରାୟ ରଖିଥିଲେ । ସେ କହିଥିଲେ ମୁଁ ମିଛ ପ୍ରତିଶ୍ରୁତି ଦିଏନାହିଁ । ମୁଁ ସତ କହୁଛି । ମୁଁ ମିଛ ପ୍ରତିଶ୍ରୁତି ଦେଉନାହିଁ । ଅନେକ ସମୟରେ ଯେତେବେଳେ ମୁଁ ସତ କୁହେ ସେତେବେଳେ ଏହା ରୋମାଞ୍ଚକ ଲାଗେନାହିଁ । ଯଦି ଆମେ କହୁଛୁ ୫ କୋଟି ପରିବାରକୁ ୭୨ ହଜାର ଟଙ୍କା ଦେବୁ , ତେବେ ଦେବୁ । ଏଥିପାଇଁ ମଧ୍ୟମ ବର୍ଗ ଉପରେ ଅଧିକ ବୋଝ ପଡିବନି କି ଆୟକର ମଧ୍ୟ ବଢିବନି ।
ରାହୁଲ ଗାନ୍ଧୀ କହିଛନ୍ତି ଯେ ୨୨ ଲକ୍ଷ ସରକାରୀ ପଦବୀ ଖାଲି ପଡିଛି । ଆମକୁ ଶିକ୍ଷା ଏବଂ ସ୍ୱାସ୍ଥ କ୍ଷେତ୍ରର ମୂଳଦୂଆକୁ ଭଲ ଭାବେ ନିର୍ମାଣ କରିବାର ଆବଶ୍ୟକତା ରହିଛି । ଖାଲି ରହିଥିବା ପଦବୀ ଗୁଡିକୁ ପୂରଣ କରିବାକୁ ପଡିବ । ଆମେ ସରକାରାକୁ ଆସିଲେ ସଂସଦ ଏବଂ ବିଧାନସଭାରେ ମହିଳାଙ୍କ ୩୩ ପ୍ରତିଶତ ସଂରକ୍ଷଣ ଦେବୁ । ରାଷ୍ଟ୍ରୀୟ ସ୍ତରରେ ୩୩ ପ୍ରତିଶତ ଚାକିରୀରେ ସଂରକ୍ଷଣ ଦେବୁ । ଏହା ସହ ରାଜନେତାଙ୍କ ପାଇଁ ଅବସରର ବୟସ ରହିବା ଦରକାର ବୋଲି କହିଛନ୍ତି । ୬୦ ବର୍ଷ ପରେ ନେତାମାନେ ଅବସର ନେବା ଦରକାର ବୋଲି କହିଛନ୍ତି ।
