ଛେନା ମଟର କାଜୁ ପଲାଉ

ପ୍ରସ୍ତୁତି ସାମଗ୍ରୀ-କଞ୍ଚାମଟର ୧କପ୍‌, ଛେନା ୧କପ୍‌, ବାସୁମତୀ ଚାଉଳ ୫କପ୍‌, ବଡ଼ ଆଳୁ ୩ଟି ପରିଷ୍କାର କାଟି ଲମ୍ବା ଲମ୍ବା ଭଲଭାବେ ଭାଜି ଅଲଗା ରଖିଥିବେ, ପିଆଜ ୪ଟି ଲମ୍ବା ଲମ୍ବା ଭାଜି ରଖିବେ, ୧କପ୍‌ ରିଫାଇନ୍‌ ତେଲ, ଲୁଣ, ଗୋଲମରିଚ, ଜିରା, ଗୁଜୁରାତି, ଡାଲଚିନି ।
ପ୍ରଣାଳୀ-ଛେନାରେ ଲୁଣ, ମଇଦା ଟିକିଏ ଦେଇ ଭଲଭାବରେ ଚକଟି ଛୋଟ ବରା କରି ଭାଜିରଖ;ୁ। କରେଇରେ ତେଲ ଦେଇ ଜିରା, ଗୋଲମରିଚ, ଡାଲଚିନି, ମଟର, ଚାଉଳକୁ ପକେଇ ଭାଜ;ୁ । ଭଜା ହେଲେ ପାଣି ଓ ଲୁଣ ପକେଇ ଫୁଟା;ୁ । ଭାତ ହୋଇ ଆସିଲେ ସେଥିରେ ଗୁଜୁରାତି ଗୁଣ୍ଡ ଦିଅ;ୁ ଓ ଛେନାବରା ଭଜାକାଜୁବାଦାମ ପକାଇ ସାମାନ୍ୟ ପିଠାଖରିକା ମାରି ଢାଙ୍କି ରଖନ୍ତୁ । ତା’ପରେ ଡେକ୍‌ଚି ଓହ୍ଲାଇ ତା’ଉପରେ ଭଜା ପିଆଜ ଓ ଆଳୁଭଜା ଦେଇ ଖାଇବାକୁ ଦିଅନ୍ତୁ ।