‘ଜାଗା ମିଶନ୍’ : ପୁରୀରେ ଆରମ୍ଭ କରି ଜମି ପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୫/୧୧: ରାଜ୍ୟ ସରକାରଙ୍କ ‘ଜାଗା ମିଶନ୍’ ଯୋଜନା ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ସମସ୍ତ ସହରାଂଚଳର ଭୂମିହୀନ ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ କରିଛନ୍ତି । ବିଶ୍ୱର ଏହି ସର୍ବବୃହତ ଯୋଜନାରେ ରାଜ୍ୟର ପୌରାଞ୍ଚଳ ଓ ଏଏନସିରେ ବସବାସ କରୁଥିବା ୧୮ ଳକ୍ଷ ବସ୍ତିବାସିନ୍ଦା ଉପକୃତ ହେବେ । ୧୦ଟି ଜିଲ୍ଲାର ୬,୫୦୦ ବସ୍ତିବାସିନ୍ଦାଙ୍କୁ ମୁଖ୍ୟମନ୍ତ୍ରୀ ଜମି ପଟ୍ଟା ଆବଣ୍ଟନ କରିଛନ୍ତି । ପୁରୀରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଜମି ପଟ୍ଟା ବଣ୍ଟନ କରିଛନ୍ତି ।

ପୁରୀ ତାଳ ବଣିଆ ଠାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପଟ୍ଟା ବଂଟନ କରି କହିଥିଲେ ଯେ ଏନଏସି ଏବଂ ମ୍ୟୁନିସପାଲଟି ରେ ବସବାସ କରୁଥିବା ୧୮ ଲକ୍ଷ ବସ୍ତି ବାସିନ୍ଦା ଏହାଦ୍ୱାରା ଉପକୃତ ହେବେ । ବସ୍ତିବାସିନ୍ଦାମାନେ ବାସୋପଯୋଗୀ ଜାଗା ପାଇବା ସହିତ ଯୋଗ୍ୟ ହିତାଧିକାରୀ ଘର, ପାଇପ୍ ଜଳ, ଏଲଇଡି ଲାଇଟ୍, ଶୌଚାଳୟ ଆଦି ସୁବିଧା ପାଇବେ । ଶ୍ରୀ ଜଗନ୍ନାଥଙ୍କ କ୍ଷେତ୍ରରେ ଏହି ଯୋଜନାର ଶୁଭାରମ୍ଭ କରି ମୁଁ ଖୁସି । ଉକ୍ତ ଯୋଜନା ବସ୍ତି ବାସିନ୍ଦାଙ୍କୁ ନୂଆ ସ୍ୱପ୍ନ ଦେବ ।