ସମସ୍ତଙ୍କୁ ଜୁଆଣି ପସନ୍ଦ ନ ଥାଏ । କିନ୍ତୁ ସମସ୍ତଙ୍କ ରୋଷେଇ ଘରେ ଜୁଆଣି ସହଜରେ ମିଳିଯାଏ । ଜୁଆଣିକୁ ସମସ୍ତେ ଖଟା ତିଆରି କରିବାରେ ବ୍ୟବହାର କରିଥାନ୍ତି । କିନ୍ତୁ ଆମେ ଏହି ଜୁଆଣି ଭିତରେ ଲୁଚିରହିଥିବା କେତେକ ଔଷଧୀୟ ଗୁଣ ବିଷୟରେ ଏବେ ଯାଏଁ ଅଜଣା । ଆସ;ୁ ଜାଣିବା ଜୁଆଣିିର ସ୍ୱାସ୍ଥ୍ୟ ଉପଯୋଗୀ ଗୁଣ:
* ଏକ ଗ୍ଲାସ୍ ପାଣିରେ ଗୋଟିଏ ଚାମଚ୍ ଜୁଆଣିକୁ ପକାଇ ଫୁଟାନ୍ତୁ । ସେହି ଗରମ ପାଣିକୁ ଭୋଜନ କରିବାର ୧ଘଣ୍ଟା ପରେ ପିଅନ୍ତୁ ।
* ପାଣିରେ କିଛି ଜୁଆଣିକୁ ପକାଇ ଗରମ କରିବାପରେ ପାଣି ବାଷ୍ପକୁ ଆଣ୍ଠୁରେ ଦେଲେ, ଆଣ୍ଠିବିନ୍ଧା ଠିକ୍ ହୋଇଥାଏ ।
* ପାଣିରେ ଜୁଆଣି ପକାଇ ଫୁଟାନ୍ତୁ । ସେହି ପାଣିରେ ତଉଳିଆକୁ ବୁଡ଼ାଇ ଆଣ୍ଠୁରେ ସେକ ଦେଲେ ଆଣ୍ଠୁରୋଗରୁ ଉପଶମ ମିଳିଥାଏ ।
* ଜୁଆଣି, ପାନମଧୁରୀ ଓ ସେଥିରେ ଅଳ୍ପ ବିଟ ଲୁଣ ମିଶାଇ ଗୁଣ୍ଡ କରି ଖାଇଲେ ପେଟ ବିନ୍ଧାରୁ ଉପଶମ ମିଳେ ।
* ଗୁଣ୍ଡ ହୋଇଥିବା ଜୁଆଣି ଏବଂ ପାନମଧୁରୀକୁ ଏକତ୍ର ମିଶାଇ ଭୋଜନ ପରେ ଖାଇଲେ ପାଚନକି୍ରୟା ଭଲରେ କାମ କରେ ।
Prev Post
Next Post