ଜୁଲାଇ ୧୮ରେ କୁମାରସ୍ବାମୀ ସରକାରଙ୍କ ଶକ୍ତିପରୀକ୍ଷା

ବେଙ୍ଗାଲୁରୁ,୧୫/୭: କର୍ନାଟକ ରାଜନୀତି ପୁଣି ରୋଚକ ମୋଡରେ ପହଞ୍ଚିଛି। ସୋମବାର ଭାଜପା ବିଧାୟକମାନେ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ବାମୀଙ୍କ ବିରୋଧରେ ବିଧାନସଭାରେ ଅନାସ୍ଥାପ୍ରସ୍ତାବ ଆଗତ କରିବା ପରେ ଜୁଲାଇ ୧୮(ଗୁରୁବାର)ରେ ଏହାଉପରେ ଆଲୋଚନା ହେବ ବୋଲି ନିଷ୍ପତ୍ତି ନିଆଯାଇଛିି। ଆଲୋଚନା ପରେ ବିଧାନସଭାରେ ଅନାସ୍ଥାପ୍ରସ୍ତାବ ଉପରେ ଭୋଟିଂ ହେବ। ଗୁରୁବାର ସକାଳ ୧୧ଟାରେ ଭୋଟିଂ ପ୍ରକ୍ରିୟା କରାଯିବ। କଂଗ୍ରେସ ନେତା ସିଦ୍ଧରମେୟା କହିଛନ୍ତି, ଆମେ ଫ୍ଲୋର ଟେଷ୍ଟ ପାଇଁ ପୂରା ପ୍ରସ୍ତୁତ ଅଛୁ। ଏବେ ବି ଆଶା ଅଛି ଆମ ବିଧାୟକମାନେ ରାଜି ହୋଇ ଇସ୍ତଫା ପତ୍ର ଫେରାଇ ନେବେ ଏବଂ ସରକାରକୁ ବଞ୍ଚାଇବେ। ସୂଚନାଯୋଗ୍ୟ, ସୋମବାର ମୁମ୍ବାଇର ଏକ ହୋଟେଲରେ କଂଗ୍ରେସ ଏକ ବୈଠକ ଡକାଇଥିଲା। ଇସ୍ତଫା ଦେଇଥିବା ଅସନ୍ତୁଷ୍ଟ ବିଧାୟକଙ୍କୁ ମନାଇବା ପାଇଁ ଏହି ବୈଠକରେ ଆଲୋଚନା ହୋଇଥିଲା କିନ୍ତୁ ଇସ୍ତଫା ଦେଇଥିବା କଂଗ୍ରେସ ବିଧାୟକମାନେ ଏହି ବୈଠକରେ ଯୋଗଦେଇ ନ ଥିଲେ।

SBI_Festive_Digital Billboard