ଝାରସୁଗୁଡାରୁ ଦିଲ୍ଲୀ ବିମାନ ଚଳାଚଳ ଦାବିରେ ମୋଦୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର,୭/୧: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଝାରସୁଗୁଡ଼ାରୁ ଦିଲ୍ଲୀ ବିମାନ ଉଡ଼ାଣ ନେଇ ଦାବୀ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଝାରସୁଗୁଡ଼ା ବିମାନବନ୍ଦରର ନାମ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଝାରସୁଗୁଡ଼ା ବିମାନବନ୍ଦରରୁ ଦିଲ୍ଲୀକୁ କମର୍ସିଆଲ ଏୟାର ଇଣ୍ଡିଆ ବିମାନ ଚଳାଇବା ପାଇଁ ପଦକ୍ଷେପ ନେବାକୁ ନବୀନ ଚିଠିରେ ଦାବି କରିଛନ୍ତି।

ଉଲ୍ଲେଖଯୋଗ୍ୟ ସେପ୍ଟେମ୍ବର ୨୨ ତାରିଖରେ ଝାରସୁଗୁଡ଼ା ବିମାନ ବନ୍ଦର ପ୍ରଧାନମନ୍ତ୍ରୀଙ୍କ କର କମଳରେ ଉଦଘାଟିତ ହୋଇଥିଲା । ଉଦଘାଟିତ ହେବା ପରେ ବିମାନ ବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ହୋଇଥିଲା। ଏହା ବ୍ୟତୀତ ବିମାନଘାଟି ଉଦଘାଟନ ପରେ ଏୟାର ଓଡ଼ିଶା ପକ୍ଷରୁ ବିମାନ ଉଡ଼ାଣ କରାଯାଇଥିଲେ ହେଁ ଗତ ଅକ୍ଟୋବର ୬ ତାରିଖରୁ କୌଣସି ସଠିକ୍ କାରଣ ନ ଦର୍ଶାଇ ହଠାତ୍ ଉଡାଣକୁ ବନ୍ଦ କରି ଦିଆଯାଇଥିଲା ବୋଲି ଚିଠିରେ ଉଲ୍ଲେଖ କରାଯାଇଥିଲା। ଯେ କୌଣସି ସଂସ୍ଥା ଦ୍ୱାରା ବିମାନ ଚଳାଚଳ କରିବା ପାଇଁ ବ୍ୟବସ୍ଥା କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଦାବି କରିଥିଲେ।

ଝାରସୁଗୁଡ଼ା ବିମାନଘାଟିକୁ ଏକ ପୂର୍ଣ୍ଣାଙ୍ଗ ବିମାନ ବନ୍ଦରରେ ପରିଣତ କରାଯାଉ। ଉଡାଣ ଯୋଜାନାରେ ବ୍ୟବସାୟିକ ବିମାନ ଚଳାଚଳ କରିବା ପାଇଁ ମଧ୍ୟ ପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଭାରତ ସରକାରଙ୍କୁ ଅନୁରୋଧ କରିଥିଲେ।

ସେହିପରି ଏଆର ଇଣ୍ଡିଆ ଫ୍ଲାଇଟ୍ ଭୁବନେଶ୍ୱରରୁ ଦିଲ୍ଲୀ ଭାୟା ଝାରସୁଗୁଡା ଉଡ଼ାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥଛନ୍ତି। ଏପରି ହେଲେ ପଶ୍ଚିମ ଓଡ଼ିଶାବାସୀ ବିଶେଷ ଭାବେ ଉପକୃତ ହୋଇପାରିବେ।