କେନ୍ଦ୍ରାପଡା, ୧୧/୧ : ଗ୍ୟାଙ୍ଗଷ୍ଟର ଟିଟୋର ପନିୀ ବେନଜିର ବିବି ନାମରେ କେନ୍ଦ୍ରାପଡାରେ ଥିବା ସୟଦ୍ ବ୍ରଦର୍ସ ଫିଲିଂ ଷ୍ଟେସନରେ ଆଜି ସିବିଆଇ ଓ କ୍ରାଇମବ୍ରାଞ୍ଚ ପକ୍ଷରୁ ଚଢାଉ କରାଯାଇଛି । ସିବିଆଇ ଏବଂ କ୍ରାଇମବ୍ରାଞ୍ଚର ଏକ ୫ ଜଣିଆ ଟିମ କାଲି ଦୀର୍ଘ ସମୟ ଧରି ଏହି ପେଟ୍ରୋଲ ପମ୍ପ ଭିତରେ ରହି ଛାନଭିନ କରି ସେଠାରୁ ବହୁ ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି ।
ଗ୍ୟାଙ୍ଗଷ୍ଟର ଟିଟୋକୁ ଗିରଫ କରାଯିବା ପରେ ତାର ବିଭିନ୍ନ ବ୍ୟବସାୟ ବିଷୟରେ ଜାଣିବା ପାଇଁ ଭୁବନେଶ୍ୱରର ସ୍ୱ୍ୱତନ୍ତ୍ର ସିବିଆଇ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ସମୟରେ ଚଢାଉ କରାଯାଉଛି ।
ସୂଚନାଯୋଗ୍ୟ ଯେ, ସୟଦ ଉସ୍ମାନ ଅଲ୍ଲୀ ଓରଫ ଟିଟୋକୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସଫୋର୍ସ ୨୦୧୮ ଜୁନ ୩୦ ତାରିଖରେ ଏନକାଉଣ୍ଟର କରିଥିଲେ । ଏନକାଉଣ୍ଟରରେ ସେ ଆହାତ ହୋଇଥିଲେ ମଧ୍ୟ ସେଦିନ ସେ ଖସି ପଳାଇବାରେ ସକ୍ଷମ ହୋଇଥିଲା । ଏନକାଉଣ୍ଟରର ପରଦିନ ଅର୍ଥାତ ଜୁଲାଇ ୧ ତାରିଖରେ କ୍ରାଇମବ୍ରାଞ୍ଚ ତାକୁ ଗିରଫ କରିବାରେ ସକ୍ଷମ ହୋଇଥିଲା ଛଟିଟୋ ଗିରଫ ହେବା ପରେ ତାର କିଛି ସହେଯାଗୀଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା ।
Prev Post
Next Post