ଟ୍ରକ୍‌ ଚାପାରେ ଛିଣ୍ଡିଲା ସ୍ତ୍ରୀର ୨ ଗୋଡ଼ , ଉଦ୍ଧାର ପାଇଁ ସ୍ୱାମୀର ଆକୁଳ ବିନତି

0

ଝାରସୁଗୁଡ଼ା,୧୭/୧୧: ଦ୍ରୁତ ଗତିରେ ଯାଉଥିବା ଟ୍ରକ ଚଢ଼ି ଯିବାରୁ ଆଜି ସନ୍ଧ୍ୟାରେ ଜଣେ ମହିଳାଙ୍କ ଦୁଇ ଗୋଡ଼ ଛିଣ୍ଡିଛି। ଝାରସୁଗୁଡ଼ା ଜିଲ୍ଲାର ଲଇକେରା ଠାରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ଲଇକେରା ଠାରେ ଫଳ ଦୋକାନ ଦେଇ ପରିବାର ପୋଷଣ କରୁଥିବା ଅଶୋକ ମେହେର ଆଜି ସନ୍ଧ୍ୟାରେ ନିଜ ସ୍ତ୍ରୀ ଅନୀତା ମେହେର ଓ ଦୁଇ ଛୋଟ ଛୁଆଙ୍କୁ ନେଇ ବନଦୁର୍ଗାଙ୍କ ଯାତ୍ରା ଦେଖିବାକୁ ଯାଉଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଟ୍ରକକୁ ଓଭରଟେକ କରିବା ବେଳେ ଅନୀତା ବାଇକରୁ ଖସି ପଡ଼ିଥିଲେ। ସିଲ୍କ ସାଢ଼ୀ ପିନ୍ଧିଥିବାରୁ ଅନୀତା ଖସିଯାଇଥିଲେ ବୋଲି ଲୋକେ କହୁଛନ୍ତି। ମହିଳାଙ୍କ ଦୁଇ ଗୋଡ଼ ଉପରୁ ପାଉଁଶ ବୋଝେଇ ହୋଇଥିବା ୧୦ ଚକିଆ ଗାଡ଼ି ଚଢ଼ି ଯିବାରୁ ଦୁଇ ଜଙ୍ଘ ସଂପୂର୍ଣ୍ଣ ଛିଣ୍ଡି ଯାଇଛି।

ଘଟଣା ପରେ ତାଙ୍କ ସ୍ୱାମୀ ସାହାଯ୍ୟ ପାଇଁ ଆକୁଳ ନିବେଦନ କରୁଥିବା ବେଳେ ବହୁ ସମୟ ଧରି କେହି ପାଖକୁ ନଆସିବା ଘଟଣା ଉଦବେଗ ସୃଷ୍ଟି କରି କରିଥିଲା। ସେହିପରି ୧୦୮ଆମ୍ବୁଲାନ୍ସ ମଧ୍ୟ ଆସିନଥିଲା। ଫଳରେ ବହୁ ବିଳମ୍ବରେ ଆହତ ମହିଳାଙ୍କୁ ଏକ ମାରୁତି ଭ୍ୟାନରେ ବୁର୍ଲା ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ଏହି ରାସ୍ତାରେ ପାଉଁଶ ବୋଝେଇ ଟ୍ରକ ଗୁଡ଼ିକ ବେପରୁଆ ଭାବରେ ଯାତାୟତ କରୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି।

SBI AD
Leave A Reply

Your email address will not be published.