ଅମୃତସର, ୨୩/୧୨ : ହାୱଡା ଏକ୍ସପ୍ରେସର ସଫା କରୁଥିବାବେଳେ ଝାଡୁଦାରମାନେ ଏକ ନବଜାତକୁ ଶୌଚାଳୟ ପ୍ୟାନ୍ରେ ଦେଖିବାକୁ ପାଇଥିଲେ । ତେବେ ଅଜାଣତରେ ଫ୍ଲାସ୍ ମାରିଦେବାରୁ ଶିଶୁଟି ପାଣିସହ ଭିତରକୁ ଚାଲିଯାଇଥିଲା । ଝାଡୁଦାର ସଙ୍ଗେ ସଙ୍ଗେ ଫୋନ୍ କରି କର୍ତ୍ତୃପକ୍ଷଙ୍କୁ ଏ ସଂପର୍କରେ ସୂଚନା ଦେଇଥିଲେ । ହେଲେ ସେହି ଝାଡୁଦାର ସେତେବେଳକୁ ଟଏଲେଟ୍ ଫ୍ଲାସ୍ରୁ ଶିଶୁଟିକୁ ଉଦ୍ଧାର କରିନେଇଥିଲେ । ଏକ ଏସି କଂପାର୍ଟମେଣ୍ଟରେ ଏଭଳି ଘଟଣା ଘଟିଛି । ତେବେ ଝାଡୁଦାରମାନେ ଶିଶୁଟିକୁ ଅମୃତସର ସିଭିିଲ ହସ୍ପିଟାଲ୍କୁ ନେଇଥିଲେ । ଏ ସଂର୍ପକରେ ଜିଆରପିକୁ ସୂଚନା ଦିଆଯାଇଥିଲା । ହସ୍ପିଟାଲର ଶିଶୁରୋଗ ବିଶେଷଜ୍ଞମାନେ ନବଜାତ ଶିଶୁର ଉପଯୁକ୍ତ ଚିକିତ୍ସା କରିବା ଫଳରେ ତା’ର ଜୀବନ ରକ୍ଷା ହୋଇଛି । ଅମୃତସର ଜିଆରପିର ଷ୍ଟେସନ ହାଉସ ଅଫିସର ବଲବୀର ସିଂହ କହିଛନ୍ତି, ଭାରତୀୟ ପିଙ୍ଗଳ କୋଡର ଧାରା ୩୧୭ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି । ପୁଲିସ ସିସିଟିଭି ଫୁଟେଜ୍ ମାଧ୍ୟମରେ ଏହି ଅପରାଧ ଘଟାଇଥିବା ବ୍ୟକ୍ତିଙ୍କ ସଂପର୍କରେ ତଦନ୍ତ ଚଳାଇଛି ।