ଶରୀର ପାଇଁ ପାଣି ବହୁତ ଗୁରୁତ୍ୱପୂର୍ଣ୍ଣ ଏହା ସମସ୍ତଙ୍କୁ ଜଣା । ପ୍ରତିଦିନ ଯଥେଷ୍ଟ ପରିମାଣର ପାଣି ପିଅନ୍ତି ତେବେ ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ । କି;ୁ ପାଣି ପିଇଲାବେଳେ କେତୋଟି ନିୟମ ମାନିବାକୁ ପଡ଼ିଥାଏ । ସେଥିରୁ ଗୋଟିଏ ହେଲା ଠିଆହୋଇ ପାଣି ପିଇବା ଶରୀର ପାଇଁ ଠିକ୍ ନୁହେଁ । ଯଦି ଆପଣ ଠିଆହୋଇ ପାଣି ପିଉଛନ୍ତି ତେବେ ଏହି ଅଭ୍ୟାସକୁ ତୁରନ୍ତ ପରିବର୍ତ୍ତନ କର;ୁ । ନଚେତ୍ ଆପଣ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇପାରନ୍ତି । କିଡନୀର କାମ ହେଉଛି ପାଣିକୁ ଛାଣିବା, କି;ୁ ଠିଆହୋଇ ପାଣି ପିଇଲେ କିଡନୀ ସଠିକ୍ ଭାବେ ପାଣିକୁ ଛାଣି ପାରିନଥାଏ । ଫଳରେ ମୂତ୍ରାଶୟ ଓ ରକ୍ତରେ ମଇଳା ପଦାର୍ଥ ଜମିଯାଏ । ଯଦି ଏଭଳି ଦୀର୍ଘ ସମୟ ଧରି ଚାଲେ ତେବେ ମୂତ୍ରାଶୟ, ହୃତ୍ପିଣ୍ଡ ଓ କିଡ୍ନୀ ଜନିତ ସମସ୍ୟା ଦେଖାଦେଇଥାଏ ।
ପେଟ ରୋଗ-
ଠିଆହୋଇ ପାଣି ପିଇବା ଦ୍ୱାରା ଶରୀର ଭିତରକୁ ପାଣି ଶୀଘ୍ର ପ୍ରବେଶ କରିଥାଏ । ବାରମ୍ବାର ଏପରି କରିବା ଦ୍ୱାରା ପାକସ୍ଥଳୀ ଖରାପ ହୋଇଯାଏ । ହୃତ୍ପିଣ୍ଡ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼େ ।
ଆଣ୍ଠୁ ସମସ୍ୟା-
ଛିଡ଼ା ହୋଇ ପାଣି ପିଇଲେ ଆଣ୍ଠୁ ସମସ୍ୟା ଦେଖାଯାଇଥାଏ । ଠିଆହୋଇ ପାଣି ପିଇଲେ ଗଣwି ସ୍ଥାନରେ ଥିବା ତରଳ ପଦାର୍ଥ ସ;ୁଳନ ପ୍ରଭାବିତ ହୋଇଥାଏ । ଫଳରେ ଗଣwିରେ ଦରଜ ଦେଖାଯାଇଥାଏ ।
