ଡେଲିଭେରୀ ରୋବଟ୍‌

ପର୍ସନାଲ୍‌ ଟ୍ରାନ୍ସପୋର୍ଟର ପ୍ରସ୍ତୁତ କରୁଥିବା ଆମେରିକୀୟ କମ୍ପାନୀ ସେଗେ୍ୱ ପ୍ରଥମ ଥର ପାଇଁ ଡେଲିଭେରୀ ରୋବଟ୍‌ ପ୍ରସ୍ତୁତ କରିଛି । ଏହି ରୋବଟ୍‌ର ନାମ ହେଉଛି ‘ଲୁମୋ’ । ଏହି ରୋବଟରେ କୃତ୍ରିମ ବୁଦ୍ଧିମତାର ଉପଯୋଗ କରାଯାଇଛି । ଯାହା ସାହାଯ୍ୟରେ ରୋବଟ୍‌ଟି ଉପଯୁକ୍ତ ବ୍ୟକ୍ତିଙ୍କୁ ବସ୍ତୁ ପହଞ୍ଚାଇବାରେ ସାହାଯ୍ୟ କରିବ । ରୋବଟ୍‌ଟି କ୍ଲାଉଡ୍‌ ଦ୍ୱାରା ନେଭିସେନ୍‌ ସିଷ୍ଟମ୍‌ ସାହାଯ୍ୟରେ ନିୟନ୍ତ୍ରଣ କରାଯାଇପାରିବ । ଲୁମୋ ରୋବଟ ଉପରେ ୧୦ ଇଞ୍ଚର ଟଞ୍ଚସ୍କ୍ରିନ୍‌ ରହିଛି । ଯାହା ସାହାଯ୍ୟରେ ବ୍ୟବହାରକାରୀ ରୋବଟ ସହ ବାର୍ତ୍ତାଳପ କରିପାରିବେ । ଏହାର ବ୍ୟବହାର ଖାଦ୍ୟ, ପ୍ୟାକେଟ ଓ ଅନ୍ୟାନ୍ୟ ସାମଗ୍ରୀ ଡେଲିଭେରୀ କରିବାରେ ବ୍ୟବହାର କରାଯାଇପାରିବ । ଦେଖିବାକୁ ଅନ୍ୟ ଡେଲିଭେରୀ ରୋବଟ ଭଳି କିନ୍ତୁ ଏହାର ନିମ୍ନ ଭାଗରେ ଚକ ରହିଛି ଫଳରେ ଚାରିଆଡକୁ ବୁଲିବାରେ ସକ୍ଷମ ହୋଇପାରିଛି । ଏହାର ସାମ୍ନାପଟରେ ୩ଟି ଡ୍ରୟର ରହିଛି । ଆବଶ୍ୟକତା ଅନୁଯାୟୀ ଏଥିରେ ବଡ କଣ୍ଟେନର ମଧ୍ୟ ଲଗାଯାଇପାରିବ । ଏଥିରେ ଏକକାଳୀନ ୫୦ କିଲୋ ପର୍ଯ୍ୟନ୍ତ ଦ୍ରବ୍ୟ ରହିପାରିବ । ଥରେ ଚାର୍ଜ ହେବା ଦ୍ୱାରା ୮ ଘଣ୍ଟା କାର୍ଯ୍ୟ କରିପାରିବ । ଏହି ରୋବଟ୍‌ ସହଜରେ ଏଲିଭେଟର ଓ ଶିଡ଼ିରେ ଯାଇପାରିବ । ଏହି ରୋବଟିକ୍‌ ଯନ୍ତ୍ରଟିକୁ ଲସ୍‌ ଭେଗସ୍‌ରେ ହେଉଥିବା କଞ୍ଜ୍ୟୁମର ଇଲେକେଫ୍ରାନିକ୍‌ ଶୋ’ରେ ଉପସ୍ଥାପନ କରାଯିବ ।

SBI_Festive_Digital Billboard