ବଲିଉଡ୍ର କିଙ୍ଗ୍ ଖାନ୍ ଓରଫ ଶାହାରୁଖ ଖାନ୍ । ଏହି ରୋମାନ୍ସ କିଙ୍ଗ୍ଙ୍କୁ ତ ସଭିଏଁ ତାଙ୍କ ଅଭିନୟ ପାଇଁ ଜାଣନ୍ତି । ଖାଲି ଜଣେ ଅଭିନେତା ବା ନାୟକ ଭାବେ ନୁହେଁ ଶାହାରୁଖ ଜଣେ ଭଲ ବ୍ୟବସାୟୀଭାବେ ମଧ୍ୟ ବେଶ୍ ଜଣାଶୁଣା । କିନ୍ତୁ ଶାହାରୁଖଙ୍କ ସମାଜସେବା କାର୍ଯ୍ୟକଳାପ ବିଷୟରେ ଖୁବ୍ କମ୍ ଲୋକ ଅବଗ ଅଛନ୍ତି । କାରଣ ଶାହାରୁଖ ସମାଜ ସେବା କରନ୍ତି ସତ କିନ୍ତୁ ସେ ତାଙ୍କ କାର୍ଯ୍ୟକୁ କୌଣସି ମାଧ୍ୟମରେ ପ୍ରଘଟ କରିବାକୁ ଚାହାନ୍ତିନି । କିଙ୍ଗ୍ଖାନ୍ଙ୍କ ‘ଶାହା ରୁଖ ମୀର ଫାଉଣ୍ଡେସନ୍’ନାମରେ ଏକ ସଂସ୍ଥା ଅଛି ଯାହା ଏସିଡ୍ ଆଟାକ୍ ମହିଳା ମାନଙ୍କର ସାହାଯ୍ୟ କରିଥାଏ । ବହୁ ବର୍ଷ ଶାହାରୁଖଙ୍କ ଏହି ସଂସ୍ଥା ମହିଳାମାନଙ୍କ ସେବାରେ ଉତ୍ସର୍ଗିତ । ଶାହାରୁଖଙ୍କ ଜନକଲ୍ୟାଣ କାର୍ଯ୍ୟ ପାଇଁ ତାଙ୍କୁ ଲଣ୍ଡନର ଲ- ୟୁ୍ୟନିଭରସିଟି ଲୋକଉପକାରରେ ଡକଫରେଟ୍ ଉପାଧି ପ୍ରଦାନ କରି ସମ୍ମାନିତ କରିଛି । ୟୁ୍ୟନିଭରସିଟିରେ ପାଖାପାଖି ୩୫୦ଜଣ ଛାତ୍ରଛାତ୍ରୀଙ୍କୁ ସ୍ନାତକତ୍ୱ ପଦାନ ସମାରୋହରେ ଶାହାରୁଖଙ୍କୁ ଏ ସମ୍ମାନ ପ୍ରକାନ କରାଯାଇଛି । ଏ ଅବସରରେ ଶାହାରୁଖ ଛାତ୍ରଛାତ୍ରୀ ମାନଙ୍କୁ ତାଙ୍କ ଭବିଷ୍ୟତ ପାଇଁ ଶୁଭେଚ୍ଛା ଗ୍ୟାପନ କରି କହିଥିଲେ- ‘ମୁଁ ପୀଡିତଙ୍କ ସେବା ଚୁପ୍ଚାପ୍ କରିବାକୁ ଚାହେଁ…ମୁଁ ଲୋକଙ୍କଠାରୁ ଯେଉଁ ଭଲପାଇବା ପାଇଛି ତା’ ପ୍ରତିବଦଳରେ ମୁଁ ସେମାନଙ୍କ ସେବା କରିବାକୁ ଚାହୁଁଚି । କିନ୍ତୁ ମୁଁ ନିଶ୍ୱାର୍ଥ ଓ ଗରିମାର ସହ ସେବାରେ ଲିପ୍ତ ରୁହିବାରେ ବିଶ୍ୱସ କରେ ।’ ସେପଟେ ନାୟିକା ଦୀପିକା ପାଦୁକୋଣ ଏସିଡ୍ ଆଟାକ୍ ପିଡ଼ୀତା ଲକ୍ଷ୍ମୀଙ୍କ ଜୀବନୀକୁ ନେଇ ନିର୍ମାଣ କରୁଛନ୍ତି ଫିଲ୍ମ ‘ଛପାକ’ ଯେଉଁଥିରେ ଦୀପିକା ମୁଖ୍ୟ ଚରିତ୍ରରେ ଅଭିନୟ କରିବା ସହ ଫିଲ୍ମର ନିର୍ଦ୍ଦେଶନାଭାର ମଧ୍ୟ ସମ୍ଭାଳିଛନ୍ତି ।