ଆଗ୍ରା, ୯/୧୨: ଦୁନିଆର ସପ୍ତଚାର୍ଯ୍ୟ ମଧ୍ୟରୁ ଅନ୍ୟତମ ଆଗ୍ରାର ତାଜମହଲକୁ ଦେଖିବାକୁ ଏଣିକି ଆପଣଙ୍କୁ ପାଞ୍ଚ ଗୁଣା ଅଧିକ ଟଙ୍କା ଦେବାକୁ ପଡ଼ିବ। ଶାହାଜାନ ଓ ମମତାଜଙ୍କ ପ୍ରେମକୁ ସ୍ମୃତି ଆକାରରେ ଦେବା ପାଇଁ ନିର୍ମିତ ହୋଇଥିବା ତାଲମହଲରେ ଏହି ନୂଆ ବ୍ୟବସ୍ଥା ଆସନ୍ତାକାଲି ଠାରୁ ଲାଗୁ ହେବାକୁ ଯାଉଛି। ତାଜମହଲରେ ଭିଡକୁ ଦୃଷ୍ଟିରେ ରଖି ଏପରି ପ୍ରତିବନ୍ଧକ ଲଗାଯାଇଛି।
ତାଲମହଲକୁ ଦେଖିବାକୁ ଆସୁଥିବା ପର୍ଯ୍ୟଟକଙ୍କ ଭିଡ ଲାଗିରହିବାରୁ ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଦ୍ୱାରା ନୂଆ ଟିକେଟ୍ ବ୍ୟବସ୍ଥା ଲାଗୁ କରାଯିବ। ଆଗାମୀ ୧୦ ଡିସେମ୍ବରରୁ ତାଜମହଲର ଟିକେଟ୍ ମହଙ୍ଗା ହେବ। ପ୍ରଥମେ ତାଲମହଲକୁ ଦେଖିବାକୁ ଭାରତୀୟ ପର୍ଯ୍ୟଟକ ମାନଙ୍କୁ ନିର୍ଦ୍ଧାରିତ ୫୦ ଟଙ୍କା ଟିକେଟ୍ ମୂଲ୍ୟ ଦେବାକୁ ପଡ଼ୁଥିଲା। ମାତ୍ର ଏବେ ସେମାନେ ୨୫୦ ଟଙ୍କା ଦେବାକୁ ବାଧ୍ୟ ହେବେ। ସେହିପରି ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଟିକେଟ୍ ମୂଲ୍ୟକୁ ବଢାଯାଇଛି। ପୂର୍ବରୁ ବିଦେଶୀ ପର୍ଯ୍ୟଟକ ମାନେ ତାଲମହଲକୁ ଦେଖିବା ପାଇଁ ଟିକେଟ୍ ପ୍ରତି ୧୧୦୦ ଟଙ୍କା ଦେଉଥିଲେ। ତେବେ ଏହି ବ୍ୟବସ୍ଥା ଲାଗୁ ହେବା ପରେ ସେମାନେ ଏକ ଟିକେଟ୍ ପିଛା ୧୩୦୦ ଟଙ୍କା ଦେବେ।