ତୃତୀୟ ମହଲା ସହ ନରସିଂହ ମିଶ୍ରଙ୍କ ଉତ୍ତମ ସମ୍ପର୍କ ରହିଛି : କୃଷ୍ଣଚନ୍ଦ୍ର ସଗରିଆ

ଭୁବନେଶ୍ୱର,୧୮/୧୧: ବିଧାନସଭାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନାମରେ ସାଙ୍ଘାତିକ ଅଭିଯୋଗ । ନିକଟରେ ବିଧାୟକ ପଦରୁ ଇସ୍ତଫା ଦେଇଥିବା କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ନରସିଂହଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଏପରି କି ତୃତୀୟ ମହଲା ସହ ନରସିଂହଙ୍କ ଅତି ମଧୁର ସମ୍ପର୍କ ଥିବା ସେ ଅଭିଯୋଗ କରିଛନ୍ତି ।
କୃଷ୍ଣ ସଗରିଆ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ନରସିଂହଙ୍କ ଉତ୍ତମ ସମ୍ପର୍କ ରହିଛି । ତୃତୀୟ ମହଲା ସହ ତାଙ୍କ ଭିତିରି ସମ୍ପର୍କ ରହିଛି । ଏସସି ଏସଟି ଦାବି ପ୍ରସଙ୍ଗରେ କଂଗ୍ରେସ ବିଧାୟକମାନେ ବିଧାନସଭାରେ ଧାରଣା ଦେଇଥିଲେ । ନରସିଂହ ମିଶ୍ର ଏହାକୁ ଭଣ୍ଡୁର କରିବାକୁ ଚାହିଁଥିଲେ ।

ସେ ଆହୁରି କହିଛନ୍ତି ଯେ, ବିଧାୟକଙ୍କ ଆନ୍ଦୋଳନଙ୍କୁ ସବୁବେଳେ ଭଣ୍ଡୁର କରିବା ପାଇଁ ନରସିଂହ ଚାହିଁଥାନ୍ତି । ସରକାରଙ୍କୁ ସୁବିଧା ହେଲାଭଳି ପଦକ୍ଷେପ ମଧ୍ୟ ନିଅନ୍ତି । ସେ ଅନେକ ଆନ୍ଦୋଳନକୁ ଛୋଟିଆ ଖେଳରେ ଶେଷ କରିଦେଇଛନ୍ତି । ନବୀନ ଏବଂ ତୃତୀୟ ମହଲା ସହ ତାଙ୍କର ଭଲ ସମ୍ପର୍କ ରହିଛି । ଯାହାର ପ୍ରମାଣ ସ୍ୱରୂପ କୁନ୍ଦୁଲି ଘଟଣା ଗୃହରେ ଉଠା ଯାଇନଥିଲା ।