ତେଲେଙ୍ଗାନାରେ ପୁଣି ସରକାର ଗଢିବ ଟିଆରଏସ

ତେଲେଙ୍ଗାନା, ୧୧/୧୨ : ତେଲେଙ୍ଗାନାରେ ମୁଖ୍ୟମନ୍ତ୍ରୀଙ୍କ ଗେମ ପ୍ଲାନ ସଫଳ ହୋଇଛି । ସମୟ ପୂର୍ବରୁ ବିଧାନସଭା ଭଙ୍ଗ କରି ଆଗୁଆ ନିର୍ବାଚନର ଗେମପ୍ଲାନ ରଚିଥିବା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓ ଏକ ତରଫା ଭାବରେ ନିର୍ବାଚନକୁ ଜିତି ନେଇଛନ୍ତି । କେସିଆରଙ୍କ ପାର୍ଟି ତେଲେଙ୍ଗାନାରେ ପୁଣି ଥରେ ସରକାର ଗଢିବାର କ୍ଷମତାକୁ ହାସଲ କରି ସାରିଛି । ୧୧୯ ଆସନ ବିଶିଷ୍ଟ ବିଧାନସଭା ଆସନ ମଧ୍ୟରୁ କେସିଆରଙ୍କ ପାର୍ଟି ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି(ଟିଆରଏସ) ୮୬ଟି ଆସନକୁ ହାତେଇଛି । ତେବେ ଅନ୍ୟ ପକ୍ଷରେ କଂଗ୍ରେସ ଏବଂ ଅନ୍ୟ ଦଳଙ୍କୁ ତେଲେଙ୍ଗାନାରେ ହାରର ସାମ୍ନା କରିବାକୁ ପଡିଛି । କଂଗ୍ରେସ ଏବଂ ତା’ର ସହଯୋଗୀ ତେଲୁଗୁ ଦେଶମ ପାର୍ଟି କେବଳ ୨୩ ଟି ଆସନ ନିଜ ଅଧିନରେ କରିଥିବା ବେଳେ ବିଜେପି ଏବଂ ଅନ୍ୟକୁ କେବଳ ୧୦ ଟି ଆସନ ମିଳିଛ ।