ନୂଆଦିଲ୍ଲୀ,୨/୧୨ : ତେଲେଙ୍ଗାନାରେ ଚଳିତ ମାସ ୭ରେ ନିର୍ବାଚନ ହେବାକୁ ଯାଉଛି । ବିଜେପି, କଂଗ୍ରେସ ଏବଂ ତେଲେଙ୍ଗାନା ରାଷ୍ଟ୍ର ସମିତି ରାଜ୍ୟରେ ନିଜ ପ୍ରଚାର ଜୋର ସୋରରେ ଚଳାଇଛନ୍ତି । ତେଲେଙ୍ଗାନାରେ ଏକ ନିର୍ବାଚନ ରାଲି ସମୟରେ ନାରାୟଣପେଟରେ ଅମିତ ଶାହା କଂଗ୍ରେସ ଉପରେ ଆକ୍ରମଣ କରି କହିଛନ୍ତି ଯେ, ତେଲେଙ୍ଗାନାରେ କଂଗ୍ରେସ ନିଜ ଇସ୍ତାହାରରେ ମସଜିଦ ଓ ଚର୍ଚ୍ଚରେ ମାଗଣାରେ ବିଜୁଳି ଦେବ ବୋଲି ପ୍ରତିଜ୍ଞା କରିଛି କିନ୍ତୁ ମନ୍ଦିର ପାଇଁ ନାହିଁ । ଟିଆରଏସ୍ ଏବଂ କଂଗ୍ରେସ କେବଳ ସଂଖ୍ୟା ଲଘୁଙ୍କୁ ଲୋଭ ଦେଖାଇବାରେ ବ୍ୟସ୍ତ ।
ଏହି ରାଲିରେ ଶାହା କହିଛନ୍ତି କି, ଓବୈସୀଙ୍କ ଡରରେ କେସିଆର ସରକାର ଏବେ ସେପ୍ଟେମ୍ବର ୧୭ରେ ଲିବରେସନ ଡେ ପାଳନ କରୁଛି । ଯଦି ବିଜେପି ରାଜ୍ୟରେ ସରକାର ଗଠନ କରେ ତେବେ ହାଇଦ୍ରାବାଦରେ ଲିବରେସନ ଡେ ଭବ୍ୟ ସମାରୋହ ସହ ପାଳନ କରାଯିବ ।
