ଦବଙ୍ଗ-ବାଦଶାହାଙ୍କ ଇସ୍କବାଜୀ

ବର୍ତ୍ତମାନ ସିନେପ୍ରେମିଙ୍କ ଅପେକ୍ଷା ଶାହାରୁଖଙ୍କ ଆଗାମି ଫିଲ୍ମ ଜିରୋର । ଯାହା ଚଳିତ ମାସ ୨୧ ତାରିକରେ ସିନେମାଘରମାନଙ୍କରେ ପହଁଞ୍ଚିଯିବାକୁ ସଜବାଜ ହୋଇସାରିଲାଣି । ବର୍ତ୍ତମାନ ବାଦଶାହାଙ୍କ ‘ଜିରୋ’ର ଗୀତ ମେରେ ନାମ ତୁ ଦର୍ଶକଙ୍କ ମନକୁ ଛୁଇଁଛି । ଏହା ଏକ ରୋମାଣ୍ଟିକ ଗୀତ ହୋଇଥିବାବେଳେ ଏହି ଗୀତରେ ରୋମାନ୍ସ କରିଛନ୍ତି ବାଦଶାହା ଓ ଅନୁଷ୍କା ଶର୍ମା । ଏହାପରେ ‘ଜିରୋ’ର ଆଉ ଏକ ଗୀତ ମଧ୍ୟ ଦର୍ଶକଙ୍କ ପାଖରେ ପହଁଞ୍ଚି ଯାଇଛି ଯାହାର ଟାଇଟଲ ରହିିଛି ‘ଇଶକବାଜି’ । ଦବଙ୍ଗ ଖାନ ସଲମାନ ଓ ବାଦଶାହା ଶାହାରୁଖ ଇଶକବାଜି ଜରିଆରେ ଏକାଠି ହୋଇଛନ୍ତି ଓ ଏହାସହ ସେମାନେ ଗୀତରେ ଖୁବ ମସ୍ତି କରିଥିବା ମଧ୍ୟ ଗୀତଟିକୁ ଦେଖିଲେ ଭଲଭାବେ ବାରି ହୋଇପଡୁଛି । ବାଦଶାହା ଏଗୀତକୁ ନେଇ ବେଶ ଉତ୍ସାହିତ ଥିବାବେଳେ ଦର୍ଶକ ମଧ୍ୟ ଏହାକୁ ଖୁବ ଭଲପାଇବାଦେବେ ବୋଲି ଆଶା ରଖିଥିଲେ ଫିଲ୍ମର ପ୍ରଯୋଜିକା ଗୌରୀ ଖାନ । ବର୍ତ୍ତମାନ ଫିଲ୍ମର ପ୍ରଚାର ଚାରିଆଡେ ଜୋରସୋରରେ ଚାଲିଥିବାବେଳେ ଇଶକବାଜି ବିଷୟରେ ବାଦଶହା ଦର୍ଶକମାନଙ୍କୁ କହିବାକୁ ବିଲକୁଲ ଭୁଲି ନାହାଁନ୍ତି । ଜିରୋର ସ୍କ୍ରିପଫ ରେଡି ହୋଇସାରିବାପରେ ବାଦଶହା କୁଆଡେ ସଲମାନଙ୍କ ନିକଟକୁ ଫିଲ୍ମର ସ୍କ୍ରିପଫ ନେଇ ଯାଇଥିଲେ ଏବଂ ସଲମାନଙ୍କୁ ସ୍କ୍ରିପଫଟି ବେଶ ପସନ୍ଦ ମଧ୍ୟ ଆସିଥିଲା ଯାହା ପାଇଁ ସଲମାନ ଚାହୁଁଥିଲେ ଏହି ଫିଲ୍ମର ଅଂଶ ପାଲଟିବା ପାଇଁ, ଯାହାଫଳରେ ଜିରୋରେ ଇଶକବାଜିର ଉତ୍ପତି ହୋଇଥିଲା । ତେବେ ଗୁଡାଏଦିନପରେ ଏ ଦୁଇ ସୁପରଷ୍ଟାରଙ୍କୁ ଏକାଠି ଦେଖି ଉଭୟ ସଲମାନ ଓ ଶହାରୁଖ ଫ୍ୟାନମାନେ ନିଜର ଖୁସି ଜାହିର କରିଛନ୍ତି । ଫିଲ୍ମର ଟ୍ରେିଜରରୁ ହିଁ ବାହଶାହା ବାମନ ବେଶରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିସାରିଥିବାବେଳେ ଇଶକବାଜିରେ ଶହାରୁଖ ବେକରେ ଗାମୁଛା ପକାଇ କ୍ୟାଟି୍ରନାଙ୍କ ଫଟୋକୁ ଧରି ସଲମାନଙ୍କ ସହ ନାଚୁଥିବାର ଦେଖା ଯାଇଛନ୍ତି । ଜିରୋ ହୋଉଛି ବଲିଉଡର ଦ୍ୱିତୀୟ ଫିଲ୍ମ ଯେଉଁଥିରେ ଶହାରୁଖ, କ୍ୟାଟି୍ରନା ଓ ଅନୁଷ୍କା ଏକାଟି ପରଦାରେ ଦେଖାଦେବାକୁ ଯାଉଛନ୍ତି । ଫିଲ୍ମପ୍ରେମିଙ୍କୁ ବର୍ତ୍ତମାନ ଜିରୋର ରିଲିଜକୁ ଅପେକ୍ଷା ଥିବାବେଳେ ଆଉଗୋଟିଏପଟେ ବର୍ଷ ଶେଷରେ କିଙ୍ଗ ଖାନଙ୍କ ଭାଗ୍ୟ ପରୀକ୍ଷାହେବାକୁ ଯାଉଛି ।