ଶୀତ ହେଉ ଅବା ବର୍ଷା ପ୍ରତ୍ୟେକ ଋତୁରେ ଯୁବତୀମାନେ କିଛି ଭିନ୍ନ ଏବଂ ଆକର୍ଷଣୀୟ ଲୁକ୍ ପାଇବାକୁ ଚାହିଁଥାନ୍ତି । ସେମାନେ ମାର୍କେଟ୍କୁ ଆସୁଥିବା ପ୍ରତ୍ୟେକ ଫ୍ୟାଶନ୍ ସହ ନିଜକୁ ଅପ୍ଡେଟ୍ ମଧ୍ୟ କରନ୍ତୁି । ବର୍ତ୍ତମାନ ଶୀତ ଚାଲିଛି । ଏହି ଋତୁରେ ପ୍ରତ୍ୟେକ ଝିଅ ଉଲ୍ ପ୍ରସ୍ତୁତ ଗରମ ପୋଷାକ ପରିଧାନ କରିଥାନ୍ତି ଯାହା ତାଙ୍କୁ ଆଟ୍ରାକଫିଭ୍ ଲୁକ୍ ଦେବାରେ ଅସଫଳ ହୁଏ । ଏଣୁ ଯଦି ଏହି ଋତୁରେ ଫ୍ୟାଶନ୍ କୁଇନ୍ ହେବାକୁ ଚାହୁଁଛନ୍ତି ତେବେ ଆପଣାନ୍ତୁ ଏହି ସବୁ ଷ୍ଟାଇଲ୍ ।
*ଶୀତ ଋତୁରେ ଯଦି ଆପଣ ନିଜକୁ ସେ୍ୱଟର୍ରେ ଫିଟ୍ ଏବଂ କିଛି ୟୁନିକ୍ ଲୁକ୍ ପାଇବାକୁ ଚାହୁଁଛନ୍ତି , ତେବେ ସେ୍ୱଟର୍ରେ ବେଲଫ କ୍ୟାରି କରିପାରିବେ । ଏହାସହ ଆପଣ ସ୍କଟ, ଟ୍ରାଉଜର୍ କିମ୍ବା ସ୍ନିକ୍ସ ମଧ୍ୟ କ୍ୟାରି କରିପାରିବେ ।
*ଚଳିତ ବର୍ଷ ଡେନିମ୍ ସହ ଲେଦର୍ ଆଉଟ୍ଫିଟ୍ ପିନ୍ଧିବାର ମଧ୍ୟ ଦେଖିବାବାକୁ ମିଳିଛି । ଏହିପରିପ୍ରେକ୍ଷିରେ ଶୀତ ଋତୁରେ ଲେଦର୍ ଜ୍ୟାକେଟ୍ ସହ ଜୀନ୍ସ ଏବଂ ଆପଣଙ୍କ ପସନ୍ଦର ଟପ୍ ମଧ୍ୟ କ୍ୟାରି କରିପାରିବେ ।
*ଶୀତଦିନେ ଆନିମଲ୍ ପ୍ରିଣ୍ଟେଡ୍ ପ୍ୟାଣ୍ଟ୍ ଏବଂ ସେ୍ୱଟର୍ ମଧ୍ୟ ଦେଖିବାକୁ ମିଳିଥାଏ । ଆପଣ ସିମ୍ପଲ୍ ଜିନ୍ସ କିମ୍ବା ସ୍କଟ ସହ ଏହି ପ୍ରକାର ସେ୍ୱଟର୍ କ୍ୟାରି କରିପାରିବେ ।
