ଦୁନିଆର ମହଙ୍ଗା ଦେଶ

ଦେଶରେ ସବୁ ଜିନିଷର ଦର ବୃଦ୍ଧି ପାଇବାରେ ଲାଗିଛି । ଏହି ଅବସ୍ଥାରେ କିଛି ଦେଶରେ ବାସଗୃହ ଓ ସହ ରହିବା ଶୈଳୀ ମଧ୍ୟ ଦରକୁ ନେଇ ପର୍ଯ୍ୟବେସିତ ହୋଇଥାଏ ବୋଲି କୁହାଯାଏ । ତେବେ ଜାଣନ୍ତୁ ଦୁନିଆର ମହଙ୍ଗା ଦେଶ ହଙ୍ଗ୍‌କଙ୍ଗ୍‌ରେ ବସବାସ ଓ ଜୀବନଶୈଳୀ । ଏହି ଦେଶରେ ଘର ଗୁଡିକୁ କଫିନ୍‌ ରୁମ୍‌ କୁହାଯାଏ । ଖଟ ଉପରେ ନିଜେ ରହିବା ସହ କ୍ୟାଲେଣ୍ଡର, କୋଲଗେଟ୍‌, ପାଣି, କଲମ ଆଦି ସମସ୍ତ ଜିନିଷ ଏକାଠି ଥାଏ । ଗୋଟିଏ ସ୍ଥାନରେ ରୋଷେଇ କରିବା ସହ ଶୌଚାଳୟ ମଧ୍ୟ ରହିଥାଏ । ଏହି ଦେଶରେ କେବଳ ପଶୁପକ୍ଷୀ ନୁହେଁ ମଣିଷ ମଧ୍ୟ ପିଞ୍ଜରାରେ ରହିଥାନ୍ତି । ଏହି ସ୍ୱଳ୍ପ ପରିବେଶରେ ପିଲାମାନେ ପାଠ ମଧ୍ୟ ପଢନ୍ତି । ଆଶା ଏହା ଥାଏ ଯେ ବଡ ହୋଇ କଫିନ୍‌ ରୁମ୍‌ରୁ ବାହାରକୁ ଯାଇପାରିବେ । ଘର ଗୁଡିକ ରଙ୍ଗୀନ ହୋଇଥିଲେ ମଧ୍ୟ ଏହି କଫିନ୍‌ ହାଉସ୍‌ ଖୁବ୍‌ ଛୋଟ ହୋଇଥାଏ । ଧନୀକ ବର୍ଗର ଲୋକଙ୍କ ପାଇଁ କଫିନ୍‌ ହାଉସ୍‌ ଅପେକ୍ଷାକୃତ ଭାବେ ବଡ ହୋଇଥାଏ । ଯେଉଁଠି ଅତିଥି ଗୃହ ମଧ୍ୟ ଥାଏ ।