ଦୁନିଆର ସବୁଠୁ ବଡ ଆତ୍ମହତ୍ୟା

କିଛି ମାସ ପୂର୍ବରୁ ଦ୍ୱିଲ୍ଲୀରେ ଏକ ହୃଦୟ ବିଦାରକ ଘଟଣା ଘଟିଥିଲା ଯେଉଁଥିରେ ଅନ୍ଧବିଶ୍ୱାସରେ କବଳିତ ହୋଇ ଗୋଟିଏ ପରିବାରର ୧୧ ଜଣ ସଦସ୍ୟ ଆତ୍ମହତ୍ୟା କରିଦେଇଥିଲେ । କିନ୍ତୁ ଆପଣ ଜାଣିଛନ୍ତି କି, ଅନ୍ଧବିଶ୍ୱାସ ଯୋଗୁ ଆମେରିକା ନିକଟସ୍ଥ ଗୁୟାନାର ଜୋସ୍‌ ଟାଉନ୍‌ରେ ଏକାସହ ୯୦୦ରୁ ଅଧିକ ଲୋକ ଆତ୍ମହତ୍ୟା କରିଥିଲେ ଏବଂ ଯେଉଁମାନେ ଆତ୍ମହତଦ୍ୟା କରିବା ପାଇଁ ମନାକଲେ ସେମାନଙ୍କୁ ଜୋର ଜବରଦସ୍ତ ବିଷ ପିଆଯାଇଥିଲା । ସୂଚନାମୂତାବକ ୧୮ ନଭେମ୍ବର ୧୯୭୮ରେ ଏହି ହୃଦୟଥରା ଘଟଣା ଘଟିଥିଲା ଯାହା ପଛରେ ଜିମ୍‌ ଜୋସ୍‌ ନାମକ ଏକ ଧର୍ମଗୁରୁଙ୍କର ହାତ ଥିଲା । ସେ ଜଣେ କମୁ୍ୟନିଷ୍ଟ ବିଚାରଧାରାର ଲୋକ ଥିଲେ ଏବଂ ସେ ଗରିବ ଲୋକମାନଙ୍କ ବିଶ୍ୱାସର ଫାଇଦା ଉଠାଇବାକୁ ଯାଇ ସେମାନଙ୍କୁ ଅନ୍ଧବିଶ୍ୱାସରେ ବିଶ୍ୱାସ କରିବା ପାଇଁ ବାଧ୍ୟ କରାଉଥିଲେ। ସେ ଲୋକଙ୍କ ବିଶ୍ୱାସ ଏପରି ଜିତିଥିଲେ ଯେ ସବୁ ଲୋକମାନଙ୍କୁ ସରକାରଙ୍କ ବିରୋଧୀ କରିଦେଇଥିଲେ । ସେ ଲୋକଙ୍କୁ କହିଲେ ‘ଆମେରିକା ସରକାର ଆମ ସମସ୍ତଙ୍କୁ ମାରିବାକୁ ଆସୁଛନ୍ତି । ସେ ଆମକୁ ଗୁଳି ମାରିବା ପୂର୍ବରୁ ଆମେ ଏହି ପବିତ୍ର ଜଳ ପିଇଦେବା ଉଚିତ୍‌ । ଏହାକୁ ପିଇବା ଫଳରେ ଆମକୁ ଆଉ ଗୁଳିର କଷ୍ଟ ଅନୁଭବ ହେବନି ’ । ସେ ଏହାମଧ୍ୟ କହିଥିଲେ ଯଦି ଆମେ ଏମିତି ନକରିବା ସେ ଆମକୁ ବମ୍‌ରେ ଉଡାଇଦେବେ । ଯଦି କିଏ ବଞ୍ଚିଯିବେ ସେମାନେ ତାଙ୍କୁ କୁକୁର ଭଳି କାମ କରାଇବେ । ଏଥିପାଇଁ ଆମକୁ ନିଜକୁ ବଞ୍ଚାଇବା ପାଇଁ ଏହି ପବିତ୍ର ଜଳ ପିଇବା ଉଚିତ୍‌ । ଜିମ୍‌ ପୂର୍ବରୁ ଏକ ବଡ ପାତ୍ରରେ ବିଷ ମିଶାଇ ଏକ ପାନୀୟ ପ୍ରସ୍ତୁତ କରିଥିଲେ । ଏଭଳି ଏକ ଅନ୍ଧବିଶ୍ୱାସ କଥାରେ ୯୦୦ ଲୋକଙ୍କୁ ନିଜ ଜୀବନ ଦେବାକୁ ପଡିଥିଲା ।ଏଥିରେ ୩୦୦ରୁ ଅଧିକ ଛୋଟ ପିଲା ମଧ୍ୟ ସାମିଲ୍‌ ଥିଲେ । ଏହି ଘଟଣା ଏପର୍ଯ୍ୟନ୍ତ ସବୁଠାରୁ ବଡ ନରସଂହାର ବୋଲି କୁହାଯାଏ ।