ଦୁର୍ବଳ କେଶ ପାଇଁ ଘିଅ

ଦେଶୀ ଘିଅ ଶରୀର ପାଇଁ ଖୁବ୍‌ ଉପକାରୀ ହୋଇଥାଏ । ଖାଦ୍ୟରେ ଦେଶୀ ଘିଅ ମିଶାଇବା ଦ୍ୱାରା ଏହାର ସ୍ୱାଦ ଦ୍ୱିଗୁଣିତ ହୋଇଥାଏ । ଏହା ଦୈନନ୍ଦିନ ଖାଇବାଦ୍ୱାରା ଶରୀରର ହାଡ ମଧ୍ୟ ଶକ୍ତ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଘିଅକୁ କେଶରେ ବ୍ୟବହାର କରିବା କେତେ ଲାଭଦାୟକ ହୋଇଥାଏ । କେଶକୁ ସୁନ୍ଦର ଓ ଚମକଦାର କରିବା ପାଇଁ ଦୈନନ୍ଦିନ ଘିଅ ସେବନ କରିବା ଫଳଦାୟୀ ହୋଇଥାଏ । ତେବେ ଜାଣନ୍ତୁ ଘିଅର ଉପକାରିତା-
ରୁପିର ମୁକ୍ତି- କେଶକୁ ଠିକ୍‌ରେ ଯନି ନନେଲେ ରୁପି ହୋଇଥାଏ । ଯଦି ରୁପିର କାରଣ ଶୁଷ୍କତା ତେବେ ଘିଅ ଔଷଧ ରୂପେ କାର୍ଯ୍ୟ କରିବ । ଯଦି କେଶରେ ରୁପି ହୋଇଛି ତେବେ ଘିଅକୁ ଅଳ୍ପ ଗରମ କରି ତାକୁ ଚୁଟି ମୂଳରେ ଭଲ କରି ଲଗାଇ ୧ ଘଣ୍ଟା ପରେ ଉଷୁମ ପାଣିରେ ଧୋଇଦେବେ । ଏହିପରି ବାରମ୍ବାର ମାସେ କରିବାଦ୍ୱାରା ଚୁଟିରୁ ରୁପି ସମସ୍ୟା ଦୂର ହୋଇଯାଏ । ଏହାଛଡା ଘିଅ ଓ ବାଦାମ ତେଲ ମିଶାଇ ଲଗାଇ କରି ୧୫ ମିନିଟ୍‌ରେ ଗୋଲାପ ଜଳ ପାଣିରେ ଧୋଇଦେଲେ ରୁପି ସମସ୍ୟା ରହେନାହିଁ ।
ଚୁଟି ଛିଡିବା- କେଶରେ ପୋଷଣ କମ୍‌ ଥିବା ହେତୁ ଏହା ରୁଖା ଓ ମୃତ ଦେଖାଯାଏ । ଫଳରେ କେଶ ଛିଡି ଝଡିବାରେ ଲାଗିଥାଏ । ଏହି ସମସ୍ୟାକୁ ଏଡାଇବା ପାଇଁ ଦୈନନ୍ଦିନ ୧ ଘଣ୍ଟା ଘିଅଗୁ ଗରମ କରି ହାଲ୍‌କା ମାଲିସ୍‌ କରିବାଦ୍ୱାରା କେଶ ଘନ ଓ ଚମକଦାର ଦେଖାଯାଏ ।
ଦୁଇମୁହାଁ କେଶରୁ ମୁକ୍ତି- କେଶକୁ ଚମକଦାର ଓ ନରମ କରିବା ପାଇଁ ଘିଅରେ ମାଲିସ୍‌ କରନ୍ତୁ । ଫଳରେ କେଶ କଳା, ଘନ, ମଜବୁତ ଓ ନରମ ହୋଇଥାଏ । ଯଦି ଆପଣ ୩ ଚାମଚ ଘିଅକୁ ଗରମ କରି ଲଗାଯାଏ ତେବେ ସମସ୍ତ ସମସ୍ୟାକୁ ଦୂର କରାଯାଇପାରିବ ।
ଘନ କେଶ- ମାସକୁ ୩ ଥର ଘିଅ ଲଗାଇ ମାଲିସ୍‌ କରିବାଦ୍ୱାରା କେଶ ଖୁବ୍‌ ଶୀଘ୍ର ବଢିଥାଏ । ମୁଣ୍ଡରେ ଘିଅ ଲଗାଇ ମାଲିସ୍‌ କରି ୧୫ ମିନିଟ୍‌ ଛାଡିଦେବା ପରେ ଅଳ୍ପ ଉଷୁମ ପାଣିରେ ଧୋଇଲେ କେଶ ଘନ ଓ ଲମ୍ବା ହୋଇଥାଏ ।