ହରିଆଣା,୨୦/୧୨: ଦେଶର ପ୍ରଥମ ହର୍ବାଲ ଫରେଷ୍ଟ ଶେଷରେ ତିଆରି ହୋଇଯାଇଛି। ପତଞ୍ଜଳୀ ପ୍ରମୁଖ ବାବା ରାମଦେବ ବୁଧବାର ଏହାର ଉଦଘାଟନ କରିଛନ୍ତି। ମୋରନୀର ପାହାଡର ପାଖାପାଖି ୧ ଏକର ଜାଗାରେ ଏହି ହର୍ବାଲ ପାର୍କ ନିର୍ମିତ ହୋଇଛି । ଏହି ହର୍ବାଲ ଫରେଷ୍ଟରେ ୨୫ ହଜାରରୁ ଅଧିକ ଜଡିବୁଟି ଲଗାଯାଇଛି । ଏହାକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରାଯାଉଛି ବୋଲି ରାମଦେବ କହିଛନ୍ତି।
ଏହି ଉଦଘାଟନ ଉତ୍ସବରେ ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରର ମଧ୍ୟ ଉପସ୍ଥିତ ଥିଲେ । ବାବା ରାମଦେବ ତାଙ୍କ ଭାଷଣରେ ସିଏମଙ୍କୁ ସମର୍ଦ୍ଧନା ଜଣାଇଛନ୍ତି।