ଭୁବନେଶ୍ୱର,୨୦/୨: ଦୁଇ ଦିନ ଧରି ଭୁବନେଶ୍ୱରରେ ଆତଙ୍କ ଖେଳାଇଥିବା କଲରାପତରିଆ ବାଘ ଶେଷରେ ଧରାପଡ଼ିଛି। ମଙ୍ଗଳବାର ରାତି ପ୍ରାୟ୨.୩୦ମିନିଟ୍ରେ ବାଘଟିକୁ ବିମାନବନ୍ଦର କାର୍ଗୋ ଗେଟ୍ ପାଖରୁ ଧରାଯାଇଥିବା ଜଣାପଡ଼ିଛି। ପ୍ରଥମେ ତାକୁ ନନ୍ଦନକାନନ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ତାକୁ ଚନ୍ଦକା ଗୋଡ଼ିବାରି ଜଙ୍ଗଲରେ ଛାଡ଼ି ଦିଆଯାଇଛି।
ବାଘକୁ କାବୁ କରିବା ଲାଗି ବନବିଭାଗ ୭ଟି ଯନ୍ତା ବସାଇ ସେଥିରେ ଛେଳି ଓ କୁକୁଡ଼ାକୁ ଛାଡ଼ିଥିଲା। ଫଳରେ କୁକୁଡ଼ା ଖାଇବାକୁ ଯାଇ ବାଘଟି ଯନ୍ତାରେ ଫସିଥିଲା।
ସୂଚନାଯୋଗ୍ୟ, ଭୁବନେଶ୍ୱର ପଳାଶପଲ୍ଲୀ ଅଞ୍ଚଳରେ ଏକ କଲରାପତରିଆ ବାଘ ବୁଲୁଥିବା ନେଇ ଖବର ପ୍ରସାରିତ ହୋଇଥିଲା। ସିସିଟିଭି କ୍ୟାମେରାରେ ବାଘର ଗତିବିଧି ଦେଖିବା ପରେ ଏହାକୁ ଧରିବା ନିମନ୍ତେ ବନବିଭାଗ ପ୍ରୟାସ କରିଥିଲା। ତିନୋଟି ଟିମ୍ ବାଘ ଧରିବା ପାଇଁ ପ୍ରୟାସ ଚଳାଇଥିଲେ।
