ନନ୍ଦନକାନନ : ବାଘ ଏନ୍‌କ୍ଲୋଜରରେ କୁମ୍ଭୀର

ଭୁବନେଶ୍ୱର,୮/୧: ନନ୍ଦନକାନନରେ ମଙ୍ଗଳବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ବାଘ ରହୁଥିବା ଏନ୍‌କ୍ଲୋଜରରେ ଏକ କୁମ୍ଭୀର ପଶି ଯାଇଥିଲା। ଏହା ଜାଣିବା ପରେ ନନ୍ଦନକାନନ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ି ଯାଇଛନ୍ତି। ସେମାନେ କୁମ୍ଭୀରଟିକୁ ଏନ୍‌କ୍ଲୋଜର ଭିତରୁ କାଢ଼ିବା ପାଇଁ ଯୋଜନା କରୁଛନ୍ତି। ତେବେ କିଭଳି କୁମ୍ଭୀରଟି ବାଘ ଏନ୍‌କ୍ଲୋଜରକୁ ପଶିଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ଚିଡିଆଖାନା ଅଧିକାରୀ କହିଛନ୍ତି, କୁମ୍ଭୀରଟି ଅନ୍ୟ କୌଣସି ଏନ୍‌କ୍ଲୋଜରରୁ ପଶି ନ ଥିଲା। ଏହା ଛୁଆବେଳୁ ସେହି ଏନ୍‌କ୍ଲୋଜରରେ ଥିବା ଏକ ନାଳରେ ରହିଯାଇଥିଲା। ଏହି ବିଷୟରେ କର୍ତ୍ତୃପକ୍ଷ ଅବଗତ ନ ଥିଲେ। ଛୁଆ କୁମ୍ଭୀରଟି ବଡ଼ ହୋଇଯାଇଥିବା ବେଳେ ଅପରାହ୍ନରେ କୁମ୍ଭୀରଟି ପାଣିରୁ ବାହାରି ବାଘ ରହୁଥିବା ଗୁମ୍ଫା ନିକଟକୁ ଯାଇଥିଲା। ଫଳରେ ପର୍ଯ୍ୟଟକ ଦେଖି ଖବର ଦେଇଥିଲେ। ତେଣୁ ଆମେ କୁମ୍ଭୀରଟିକୁ ସ୍ଥାନାନ୍ତରିତ କରିବା ଲାଗି ଉଦ୍ୟମ କରୁଛୁ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

SBI_Festive_Digital Billboard