ନବୀନଙ୍କ ବଡ଼ ଘୋଷଣା: ସବୁ ଝିଅ ମାଗଣାରେ ପଢିବେ, ବିନା ସୁଧରେ ସ୍ଵଂୟ ସହାୟକ ଗୋଷ୍ଠୀକୁ ମିଳିବ ୫ ଲକ୍ଷ ପର୍ଯ୍ୟନ୍ତ ଋଣ

ନୂଆପଡ଼ା,୮/୪: ଗତକାଲି ରାଜ୍ୟ ବିଜେପି ଓ କଂଗ୍ରେସ ନିଜର ନିର୍ବାଚନୀ ଇସ୍ତାହାର ଘୋଷଣା କରିଥିବା ବେଳେ ଆଜି ବିଜେପି ନିଜର ସଂକଳ୍ପ ପତ୍ର ଜାରି କରିଛି। ଉଭୟ ବିକଂଗ୍ରେସ ଏହି ନିର୍ବାଚନୀ ଇସ୍ତାହାର ମାଧ୍ୟମରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଛନ୍ତି। ଏହା ମଧ୍ୟରେ ନୂଆପଡ଼ା ସଭାରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁଣି ଥରେ ପଞ୍ଚମ ଥର କ୍ଷମତାକୁ ଫେରିବାକୁ ଅଣ୍ଟା ଭିଡ଼ିଥିବା ବିଜେଡି ଛାତ୍ରୀ, ମହିଳା, ମିଶନ ଶକ୍ତି ସମସ୍ୟାଙ୍କ ପାଇଁ ବଡ଼ ଘୋଷଣା କରିଛି। ସବୁ ଝିଅ ମାଗଣାରେ ମେଡିକାଲ, ଇଞ୍ଜିନିୟରିଂ ପାଠ ପଢିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ନୂଆପଡ଼ାରେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ବଡ଼ ଘୋଷଣା କରିଛନ୍ତି। ଛାତ୍ରୀ, ମହିଳା, ମିଶନ ଶକ୍ତି ସଦସ୍ୟଙ୍କ ପାଇଁ ନବୀନ ବଡ଼ ଘୋଷଣା କରି ଇସ୍ତାହାରରେ ମହିଳାଙ୍କୁ ଗୁରୁତ୍ଵ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଏସକେଓ୍ଵାଇରେ ମହିଳାଙ୍କୁ ସ୍ଵାସ୍ଥ୍ୟ ସହାୟତା ୭ ରୁ ୧୦ ଲକ୍ଷକୁ ବୃଦ୍ଧି କରାଯିବ।

ଶିକ୍ଷା କ୍ଷେତ୍ର ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରି କହିଛନ୍ତି ଯେ, ସବୁ ଝିଅଙ୍କୁ ମାଗଣାରେ ମେଡ଼ିକାଲ, ଇଞ୍ଜିନିୟରିଂ ପଢିବା ବ୍ୟବସ୍ଥା କରାଯିବ। ଗରିବ ଝିଅଙ୍କ ବାହାଘର ପାଇଁ ୨୫ ହଜାର ଟଙ୍କା ସହାୟତା ମିଳିବ। ଏସଏଚଜି ସଦସ୍ୟାଙ୍କ ପାଇଁ ଦୁର୍ଘଟଣା ବୀମା ବ୍ୟବସ୍ଥା କରାଯିବ। ୦ ପ୍ରତିଶତ ସୁଧରେ ସ୍ଵୟଂ ସହାୟିକା ଗୋଷ୍ଠୀକୁ ୫ ଲକ୍ଷ ପର୍ଯ୍ୟନ୍ତ ଋଣ ମିଳିବ।

ଏହା ସହିତ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଧାନ ସଂଗ୍ରହ, ଆଶ୍ରମ ପରିଚାଳନା ମିଶନ ଶକ୍ତି ଗ୍ରୁପକୁ ଦିଆଯିବ। ଏହି ପରି ହସ୍ପିଟାଲର ପରିଚାଳନା ୟୁନିଫର୍ମ ଯୋଗାଣ ମିଶନ ଶକ୍ତି କରିବେ। ଏହା ଦ୍ଵାରା ମିଶନ ଶକ୍ତିକୁ ବାର୍ଷିକ ୫୦୦ କୋଟି ଟଙ୍କା ଲାଭ ମିଳିବ।