ନୂଆଦିଲ୍ଲୀ,୩୧/୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ ଆସି ପାକିସ୍ତାନୀ ମନ୍ତ୍ରୀ ଚୌଧୁରୀ ଫୱାଦ ହୁସେନଙ୍କ ଉପରେ କମ୍ପିଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍। ପାକିସ୍ତାନୀ ମନ୍ତ୍ରୀ କରିଥିବା ଏକ ଟ୍ବିଟ୍କୁ ନେଇ କେଜ୍ରିୱାଲ୍ ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆମ ଦେଶ ଭିତରର ମାମଲା ବୋଲି କହିବା ସହ ଅନ୍ୟ କୌଣସି ଆତଙ୍କବାଦୀ ସୃଷ୍ଟିକାରୀ ରାଷ୍ଟ୍ରର ହସ୍ତକ୍ଷେପ ଭାରତ ସହ୍ୟ କରିବ ନାହିଁ ବୋଲି ରିି-ଟ୍ବିଟ୍ କରି ଲେଖିଛନ୍ତି।
ପାକିସ୍ତାନୀ ମନ୍ତ୍ରୀ ଚୌଧୁରୀ ଫୱାଦ ହୁସେନ ମୋଦୀଙ୍କ ବିରୋଧରେ ଏକ ଅପମାନଜନକ ଟ୍ବିଟ୍ କରିବା ପରେ ତାହାର ଜବାବରେ କେଜ୍ରିୱାଲ୍ ଲେଖିଛନ୍ତି,‘ ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ। ସେ ମୋର ବି ପ୍ରଧାନମନ୍ତ୍ରୀ। ଦିଲ୍ଳୀ ନିର୍ବାଚନ ଆମ ଦେଶ ଭିତରର କଥା। କୌଣସି ଆତଙ୍କବାଦୀ ସୃଷ୍ଟିକାରୀ ରାଷ୍ଟ୍ରର ହସ୍ତକ୍ଷେପକୁ ଆମେ ସହ୍ୟ କରିବୁ ନାହିଁ। ପାକିସ୍ତାନ ଯେତେ ବି ଚେଷ୍ଟା କରୁ ପଛେ ଏହି ଦେଶରର ଏକତାକୁ କେବେ ବି କ୍ଷୁର୍ଣ୍ଣ କରିିପାରିବ ନାହିଁ।’ ଫୱାଦ ଦିଲ୍ଳୀ ନିର୍ବାଚନକୁ ନେଇ ମୋଦୀଙ୍କୁ ଆକ୍ଷେପ କରି ଲେଖିଥିଲେ ଯେ ଆଉ ଏକ ନିର୍ବାଚନ ହାରିବାକୁ ଯାଉଥିବା ମୋଦୀଙ୍କର ମାନସିକ ସନ୍ତୁଳନ ଠିକ୍ ନାହିଁ।