କଟକ, ୮/୧: ଓଡ଼ିଆ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ପାଇଁ ତାଙ୍କ ସ୍ୱାମୀ ଲିପନ ହିଁ ଦାୟୀ ବୋଲି ପୋଲିସ ସୂଚନା ଦେଇଛି । ଘଟଣାର ପର୍ଦ୍ଦାଫାସ ନେଇ ପୋଲିସ ତଦନ୍ତ ଚଳାଇବା ପରେ ଆଜି କଟକ ଡିସିପି ଅଖିଳେଶ୍ୱର ସିଂହ ନିକିତା ମୃତ୍ୟୁରେ ସ୍ୱାମୀ ଲିପନ ଦାୟୀ ବୋଲି କହିଛନ୍ତି । ପାରିପାର୍ଶିିକ ସ୍ଥିତି ଓ ତଥ୍ୟ ପ୍ରମାଣ ଆଧାର ପରେ ନିକିତାଙ୍କ ମୃତ୍ୟୁ ପାଇଁ ସଂପୂର୍ଣ୍ଣ ଭାବରେ ଲିପନଙ୍କୁ ଦାୟୀ କହିଛନ୍ତି । ଘଟଣା ଦିନ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିବା ଲିପନ ସ୍ୱୀକାର କରିଛନ୍ତି । ବଚସା ପରେ ଛାତ ଉପରେ ଦୁହିଁଙ୍କ ମଧ୍ୟରେ ଠୋଲାପେଲା ହେବା ସହ ନିକିତା ଛାତରୁ ଖସିଥିବା ନେଇ ଶ୍ରୀ ସିଂହ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ଲିପନଙ୍କ ବାପା ମାଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଛି ଓ ଶାଶୁଙ୍କ ସହ ନିକିତାଙ୍କ ସଂପର୍କ ଭଲ ନ ଥିବା ଜାଣିବାକୁ ପାଇଛି । ଲିପନଙ୍କ ବାପା ଓ ମାଙ୍କ ନାଁରେ ଘରୋଇ ହିଂସା ମାମଲା ରୁଜୁ ହୋଇ ଲିପନକୁ ପୋଲିସ ଗିରଫ କରିଛି ।
