ନିଜକୁ କୁକୁର ମଣୁଥିବା ବ୍ୟକ୍ତି

ମଣିଷ କୁକୁରକୁ ଅତ୍ୟନ୍ତ ଭଲ ପାଉଥିବା, ତାକୁ ନିଜ ପାଖରେ ପ୍ରତି ସମୟରେ ରଖୁଥିବା ଅନେକ ବ୍ୟକ୍ତିଙ୍କ ବିଷୟରେ ବେଶ୍‌ ଜାଣନ୍ତି । ହେଲେ ଆମେ କହିବାକୁ ଯାଉଛୁ ଏପରି ଏକ ବ୍ୟକ୍ତି ବିଷୟରେ ଯେ କି ନିଜକୁ କୁକୁର ମାନନ୍ତି । ଏହି ବ୍ୟକ୍ତି କେବଳ ନିଜକୁ ମାନନ୍ତି ନି କୁକୁର ଭଳି ବେଶପୋଷାକରେ ନିଜକୁ ସଜାନ୍ତି । ଲୋକମାନଙ୍କୁ ଦେଖିଲେ ବା ଅନ୍ୟ କୁକୁରଙ୍କୁ ଦେଖିଲେ ମଧ୍ୟ ଅସଲି କୁକୁ ଭଳି ଭୁକନ୍ତି ମଧ୍ୟ । କେଳ ଏହା ନୁହେଁ କୁକୁର ଭଳି ବାଟଲରେ ବୁସ୍କୁଟ ମଧ୍ୟ ଖାଇବାକୁ ପସନ୍ଦ କରିଥାନ୍ତି । କାଜ୍‌ ଜେମ୍ସ ନାମକ ଏହି ୩୭ ବର୍ଷୀୟ ବ୍ୟକ୍ତି ଇଂଲଣ୍ଡର ଗ୍ରେଟର ମଞ୍ଚେଷ୍ଟରରେ ରୁହନ୍ତି । ତାଙ୍କର ନିଜର ଏକ ବଡ଼ ଷ୍ଟୋର ମଧ୍ୟ ରହିଛି । ସେ ସେହି ଷ୍ଟୋରରେ ଗ୍ରାହକଙ୍କୁ ନିଜ ଦାନ୍ତ ସାହାର୍ଯ୍ୟରେ ସାମଗ୍ରୀ ଦିଅନ୍ତି, କୁକୁର ଯେପରି ତାର ସମସ୍ତ କାର୍ଯ୍ୟ ଲାଗି ଦାନ୍ତର ବ୍ୟବହାର କରିଥାଏ । ନିଜକୁ ଏକ କୁକୁର ଛୁଆ ମାନୁଥିବା ଏହି ବ୍ୟକ୍ତି କୁକୁର ଭଳି ଦେଖାଯିବା ଲାଗି ନିଜକୁ କୁକୁର ଭଳି ହିଁ ସଜାଇ ରଖିବାକୁ ପସନ୍ଦ କରିଥାନ୍ତି । ଅନ୍ୟ ଅସଲି କୁକୁରମାନଙ୍କୁ ଦେଖି ଭୁକ୍ତି କାରଣ ଏହାଦ୍ୱାରା କୁକୁରମାନେ ତାଙ୍କ (କାଜ୍‌ ଜେମ୍ସ) ଙ୍କ ଉପସ୍ଥିତିକୁ ଉପଲବ୍ଧି କରିପାରିବେ । ତାଙ୍କ କହିବା ମୁତାବକ ସେ ଅନ୍ୟମାନଙ୍କଠାରୁ ଅଲଗା, ତାଙ୍କର ଏହି ସମାଜରେ ରହିବା କଷ୍ଟକର । ଜେମ୍ସ ଏକ ପୁସ୍ତକ ମଧ୍ୟ ରଚନା କରିଛନ୍ତି, ଯାହାର ନାମ ‘ହାଓ ଟ୍ରେନ୍‌ ଏ ଝୁମନ୍‌ ପପ’ ଅର୍ଥାତ୍‌ ‘ମନୁଷ୍ୟ କୁକୁରଛୁଆକୁ କିଭଳି ପ୍ରଶିକ୍ଷିତ କରବ’ା

SBI_Festive_Digital Billboard