ଯଦି ଆପଣ ହୃଦ୍ଘାତରୁ ନିଜକୁ ରକ୍ଷା କରିବାକୁ ଚାହୁଁଛନ୍ତି, ତେବେ ପ୍ରତିଦିନ ଗୋଟେ ଲେଖାଏଁ ଅଣ୍ଡା ଖା;ୁ । କିଛିଦିନ ତଳେ କରାଯାଇଥିବା ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ, ସପ୍ତାହକୁ ୧୨ଟି ଅଣ୍ଡା ଖାଇଲେ ପରି-ଡ଼ାଏବେଟିଜ ବା ଟାଇପ୍-୨ ଡ଼ାଏବେଟିଜ୍ ରୋଗୀଙ୍କ ମଧ୍ୟରେ ହୃଦ୍ଘାତ ହେବାର ଆଶଙ୍କା କମ୍ ହୋଇଯାଏ । ତେବେ ହୃଦୟ ସହ ଅଣ୍ଡା ଶରୀରର ଅନ୍ୟ କେଉଁସବୁ ସମସ୍ୟାକୁ ଦୂର କରିଥାଏ, ଆସନ୍ତୁ ଜାଣିବା…
୧. ଅଣ୍ଡାରେ ପ୍ରୋଟିନ୍ ଏବଂ ୯ ପ୍ରକାର ଏମିନୋ ଏସିଡ୍ ରହିଥାଏ । ଯାହା ମସ୍ତିଷ୍କକୁ ସୁସ୍ଥ ରଖିଥାଏ । ଦିନକୁ ଗୋଟେ ବା ଦୁଇଟି ଅଣ୍ଡା ଖାଇବା ଦ୍ୱାରା ଆଖିକୁ ସ୍ପଷ୍ଟ ଦେଖାଯିବା ସହ ଦୃଷ୍ଟିଶକ୍ତିରେ ସୁଧାର ଆସିଥାଏ ।
୨. ଅଣ୍ଡାରେ ଭିଟାମିନ୍ ଡ଼ି’ ଏବଂ ପ୍ରୋଟିନ୍ ଭରପୂର ମାତ୍ରାରେ ରହିଥାଏ । ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା ବ୍ୟକ୍ତି ପ୍ରତିଦିନ ଗୋଟେ ଅଣ୍ଡା ଖାଇବା ନିହାତି ଆବଶ୍ୟକ । ଏହାଦ୍ୱାରା ଯନ୍ତ୍ରଣା କମ୍ ହେବା ସହ ହାଡ଼ ଶକ୍ତ ହୋଇଥାଏ ।
୩. ଅଣ୍ଡାର କେଶରରେ ଅଧିକ ଆଇରନ୍ ଥାଏ । ଶରୀରରେ ଆଇରନ୍ ଅଭାବ ଥିଲେ ଅଣ୍ଡା କେଶର ବ୍ୟବହାର କର;ୁ ।
Prev Post
Next Post