ନିର୍ବାଚନ ଭୟରେ କେନ୍ଦ୍ର ସରକାର ତୈଳ ଦର ହ୍ରାସ କଲେ : କଂଗ୍ରେସ

ନୂଆଦିଲ୍ଲୀ, ୪/୧୦: ପେଟ୍ରୋଲ ଏବଂ ଡିଜେଲର ଦରବୃଦ୍ଧିକୁ ନେଇ ଅସନ୍ତୁଷ୍ଟ ଥିବା ସାଧାରଣ ଜନତାଙ୍କୁ ମୋଦୀ ସରକାର ଉପହାର ପ୍ରଦାନ କରିଛନ୍ତି । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୨ଟଙ୍କା ୫୦ ପଇସା ହ୍ରାସ କରିବା ପାଇଁ ଘୋଷଣା କରିଛନ୍ତି । ସରକାରଙ୍କ ଏହି ଘୋଷଣାକୁ କଂଗ୍ରେସ ସମାଲୋଚନା କରିଛି ।

କଂଗ୍ରେସ ପ୍ରବକ୍ତା ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି , ଏହି ନିଷ୍ପତି ତିନୋଟି ରାଜ୍ୟରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ନଜରରେ ରଖି କରାଯାଇଛି । ସାଧାରଣ ଜନତାଙ୍କ ମନରେ ଅସନ୍ତୋଷ ଥିଲା । କିନ୍ତୁ ସରକାର ତୈଳ କମ୍ପାନୀଙ୍କୁ ଫାଇଦା ପହଁଚାଉଥିଲେ । ନିର୍ବାଚନ ପାଖେଇ ଆସୁଥିବାବେଳେ ଜନତା ସରକାରଙ୍କୁ ପ୍ରତ୍ୟାଖ୍ୟାନ କରିବାକୁ ଯାଉଥିଲେ । କିନ୍ତୁ ସରକାର ପରାଜୟ ଭୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଲିଟର ପିଛା ୨ଟଙ୍କା ୫୦ ପଇସା ହ୍ରାସ କରିଛନ୍ତି । ଏହା ସହ ଜେଟଲୀ କଂଗ୍ରେସ ସରକାର ତୈଳ ଦର ହ୍ରାସ କରିନଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ।