ନୂଆଦିଲ୍ଲୀ,୮/୪: ଲୋକ ସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ସୋମବାର ଘୋଷଣାପତ୍ର ଜାରି ହୋଇଛି। ଏହାର ନାମ ସଂକଳ୍ପିତ ଭାରତ,ସଶକ୍ତ ଭାରତ ରଖାଯାଇଛି। ୪୮ ପୃଷ୍ଠା ସମ୍ବଳିତ ଘୋଷଣାପତ୍ରରେ ଭାଜପାର ୭୫ ସଂକଳ୍ପ ରହିଛି। ଗତ ୫ ବର୍ଷ ଶାସନ ମଧ୍ୟରେ ଭାଜପା ପକ୍ଷରୁ ଗ୍ରହଣ କରାଯାଇଥିବା ୫୦ଟି ପଦକ୍ଷେପ ସମ୍ପର୍କରେ ଏଥିରେ ତଥ୍ୟ ପ୍ରକାଶ ପାଇଛି। ସ୍ବଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ଦେଶରେ ୮ କୋଟିରୁ ଅଧିକ ଶୌଚାଳୟ ନିର୍ମାଣ ହୋଇଥିବାବେଳେ ୭କୋଟି ଗରିବ ପରିବାରକୁ ଗ୍ୟାସ୍ ସଂଯୋଗ ଦିଆଯାଇଥିବା ଘୋଷଣା ପତ୍ରରେ ଦର୍ଶାଯାଇଛି। ସେହିପରି ୫୦ କୋଟି ଗରିବ ଲୋକଙ୍କ ପାଇଁ ନିଶ୍ଚିତ ସ୍ବାସ୍ଥ୍ୟ ସେବା ଯୋଜନା ସରକାର ପ୍ରଣୟନ କରିଥିବା ଏଥିରେ ପ୍ରକାଶ ପାଇଛି। ଏଥିରେ ସର୍ଜିକାଲ୍ ଷ୍ଟ୍ରାଇକ୍ଠାରୁ ଆରମ୍ଭ କରି ଅନେକ ପଦକ୍ଷେପ ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଛି।