ନୂଆ ସିବିଆଇ ନିର୍ଦେଶକ ପାଇଁ ଆସନ୍ତା ୨୪ ତାରିଖରେ ଚୟନ କମିଟିର ବୈଠକ

ନୂଆଦିଲ୍ଲୀ,୧୬/୧: ନୂଆ ସିବିଆଇ ନିର୍ଦେଶକ ପାଇଁ ଆସନ୍ତା ୨୪ ତାରିଖରେ ଚୟନ କମିଟିର ବୈଠକ ହେବ । ସୂଚନାଯୋଗ୍ୟ ,ସୁପ୍ରମକୋର୍ଟ ସିବିଆଇର ମଧ୍ୟବର୍ତ୍ତୀକାଳୀନ ନିର୍ଦେଶକ ଦାୟୀତ୍ୱରେ ଥିବା ଆଇପିଏସ ଅଧିକାରୀ ନାଗେଶ୍ୱର ରାଓଙ୍କ ନିଯୁକ୍ତି ବିରୋଧ କରି ଗୋଟିଏ ଏନଜିଓର ଆବେଦନର ଶୁଣାଣି ଆସନ୍ତା ସପ୍ତାହରେ ହେବ । ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ, ଜଷ୍ଟିସ ଏନ ଏଲ ରାଓ ଏବଂ ଜଷ୍ଟିସ ଏସକେ କୌଳଙ୍କ ନିକଟରେ ବୁଧବାର ଦିନ ଏହି ମାମଲାର ତତ୍କାଳ ଶୁଣାଣି କରିବା ପାଇଁ ଉଲ୍ଲେଖ କରାଯାଇଥିଲା ।

ସିବିଆଇର ନୂଆ ନିର୍ଦେଶକ ନିଯୁକ୍ତି ହେବା ପର୍ଯ୍ୟନ୍ତ ସିବିଆଇର ଅତିରିକ୍ତ ନିର୍ଦେଶକ ନାଗେଶ୍ୱର ରାଓଙ୍କୁ ସିବିଆଇର ନିର୍ଦେଶକ ଦାୟୀତ୍ୱ ଜାନୁଆରୀ 10ରେ ଦିଆଯାଇଥିଲା । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ ସ୍ତରୀୟ ବୈଠକରେ ଆଲୋକ ବର୍ମାଙ୍କୁ ସିବିଆର ନିର୍ଦେଶକ ପଦରୁ ହଟାଯାଇଥିଲା ।

ଏହି ସମିତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଲୋକସଭାର ବିରୋଧୀଦଳ ନେତା ମିଲ୍ଲିକାର୍ଜୁନ ଖଡଗେ ଏବଂ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ପ୍ରତିନିଧି ଭାବେ ଜଷ୍ଟିସ ଏ.କେ.ସୀକରୀ ସାମିଲ ହୋଇଥିଲେ ।