ପଞ୍ଚଦଶ ଅର୍ଥ କମିଶନଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ୱର, ୭/୧: ଏନ.କେ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ପଞ୍ଚଦଶ ଅର୍ଥ କମିଶନ ଜାନୁଆରୀ ୭ରୁ ୧୧ ପର୍ଯ୍ୟନ୍ତ ଓଡ଼ିଶା ପରିଦର୍ଶନରେ ଆସିଛନ୍ତି। ଏହି ସମୟରେ କମିଶନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ୟାବିନେଟ୍‌ ମନ୍ତ୍ରୀ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ନଗରାଞ୍ଚଳ ଓ ଗ୍ରାମାଞ୍ଚଳ ନିକାୟ ସଂସ୍ଥାର ପ୍ରତିନିଧି ତଥା ବାଣିଜ୍ୟ ବ୍ୟବସାୟ ପ୍ରତିଷ୍ଠାନ ପ୍ରତିନିଧିମାନଙ୍କ ସହ ୮ ଓ ୯ରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।