ପୁରୀ,୧୫ /୭:ପୁରୀ ଜିଲ୍ଲା ପିପିଲି ପଟ୍ଟନାୟକିଆ ଛକରେ ବିଚ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ତିନଜଣଙ୍କ ହତ୍ୟାକାଣ୍ଡ ଘଟଣାରେ ପୋଲିସ ଆଜି ତିନଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି । ପୁରୀ ଜିଲ୍ଲା ପିପିଲି ସତ୍ୟବାଦୀ ଥାନା ସାକ୍ଷୀଗୋପାଳ ପଟ୍ଟନାୟକିଆ ଛକରେ ଟ୍ରିପଲ ମର୍ଡ଼ର ଘଟଣାରେ ମୃତକଙ୍କ ସମ୍ପର୍କୟ ଭାଇ ଅଭିଯୋଗ ପରେ ପୋଲିସ ପଟ୍ଟନାୟକିଆର ତିନଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି । ପଟ୍ଟନାୟକିଆ ଓ ସଦାନନ୍ଦପୁର ଗାଁ ମଧ୍ୟରେ ପୂର୍ବରୁ ତିକ୍ତତା ଲାଗି ରହିଥିଲା । ତେଣୁ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ସତ୍ୟବାଦୀ ଥାନା ପୋଲିସ ତଦନ୍ତ ଜାରି ରଖିବା ସହ ହତ୍ୟା ପଛର ସତ୍ୟତା ଖୋଜୁଛି ।
ସୂଚନାଯୋଗ୍ୟ, ଗତକାଲି ଦିନଦ୍ୱିପହରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ଦୁର୍ବୃତ୍ତ ସଦାନନ୍ଦ ଗାଁର ଗୋଟିଏ ପରିବାରର ତିନଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ନିର୍ମମ ଭାବେ ହତ୍ୟା କରିଥିଲେ । କୃଷ୍ଣ ବେହେରା , ପଞ୍ଚୁ ବେହେରା ଓ ପୂର୍ଣ୍ଣ ବେହେରା କୋ÷ଣସି କାମ ନେଇ ପଟ୍ଟନାୟକିଆକୁ ଆସିଥିଲେ । ସେଠାରେ ଏକ ଦୋକାନ ନିକଟରେ ଛପି ରହି କିଛି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ତିନିଜଣଙ୍କୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ହିଁ ଏହି ତିନିଜଣଙ୍କ ମୃତ୍ୟୁ ଘଟିଥିଲା ।
