ପତ୍ରକାରଙ୍କୁ ପ୍ରଶିକ୍ଷଣ ଦେବ ଗୁଗଲ୍‌

ଗୁଗଲ୍‌ ନିର୍ବାଚନ ଦ୍ୱାରା ଗୁଜବ ଖବରର ପ୍ରଚାର-ପ୍ରସାର ଉପରେ ଲଗାମ ଲଗାଇବା ପାଇଁ ପ୍ରସାୟ ଜାରି ରଖିଛି । କମ୍ପାନୀ ଆଗାମୀ ୪୦ ଦିନ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସହରର ପତ୍ରକାରଙ୍କୁ ଅନ୍‌ଲାଇନ୍‌ ଭେରିଫିକେଶନ୍‌, ଫ୍ୟାକଫ ଚେକିଂ, ଡିଜିଟାଲ ସେଫଫି, ସିକୁ୍ୟରିଟି, ୟୁଟୁ୍ୟବ୍‌ ଓ ଡାଟା ଭିଜୁଆଲାଇଜେଶନ୍‌ର ଟ୍ରେନିଂ ଦେବ । ଏଥିପାଇଁ ଗୁଗଲ୍‌ ନୁ୍ୟଜ୍‌ ଇନିଶିଏଟିଭ୍‌ ଡେଟାଲିଡ୍‌ସ ଓ ଇଣ୍ଟରନୁ୍ୟଜ୍‌ ସହ ଚୁକ୍ତି କରିଛି । ଫେବୃୟାରୀ ୨୬ ରୁ ଅପ୍ରେଲ୍‌ ୬ ପର୍ଯ୍ୟନ୍ତ ଦିଲ୍ଲୀରେ ଏହି ପ୍ରଶିକ୍ଷଣ ଜାରି ରହିବ । ଏହାଦ୍ୱାରା ଦେଶର ୩୦ଟି ସହରରେ ଇଂରାଜୀ, ହିନ୍ଦୀ, ମାଲାୟଲାମ୍‌, ବଙ୍ଗଳା, କନ୍ନଡ, ଗୁଜୁରାଟୀ, ଓଡିଆ, ତେଲୁଗୁ ଓ ମରାଠୀ ଭାଷାରେ ଶିକ୍ଷା ଦିଆଯିବ । ଗୁଗଲ୍‌ ଏକ ପ୍ରେସ୍‌ ରିଲିଜ୍‌ ଜାରି କରି ସୂଚନା ଦେଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ଯେ କୌଣସି ମିଡିଆ ସଂସ୍ଥାନର ପତ୍ରକାରଙ୍କ ସହ ଫ୍ରିଲାନ୍‌ସିଂ କାର୍ଯ୍ୟରେ ନିଯୁକ୍ତ ଥିବା ବ୍ୟକ୍ତିମାନେ ଆବେଦନ କରିପାରିବେ । ୨୦୧୬ରେ ଗୁଗଲ୍‌ ୪୦ଟି ସହରରେ ଥିବା ୨୦୦ଟି ନୁ୍ୟଜ୍‌ କମ୍ପାନୀଙ୍କୁ କାମ ପାଇଁ ୧୩୦୦ରୁ ଅଧିକ ଭାରତୀୟ ପତ୍ରକାରଙ୍କୁ ଟ୍ରେନିଂ ଦେଇଥିଲେ । ଅନ୍‌ଲାଇନ୍‌ ଭେରିଫିକେଶନ୍‌ ଓ ଫ୍ୟାକଫ ଚେକିଂ ପାଇଁ ପୂର୍ବବର୍ଷ ଟେକ୍‌ କମ୍ପାନୀ ‘ଗୁଗଲ୍‌ ନୁ୍ୟଜ୍‌ ଇନିଶିଏଟିଭ୍‌ ଇଣ୍ଡିଆ ଟ୍ରେନିଂ ନେଟୱାର୍କ’ର ଆରମ୍ଭ କରିଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ୬ ମାସରେ ଗୁଗଲ୍‌ ୭ଟି ଭାଷାରେ ୪୦ ସହରରେ ୫୨୬୦ ପତ୍ରକାରଙ୍କୁ ପ୍ରଶିକ୍ଷଣ ଦେବ । ୨୦୧୯ରେ ଗୁଗଲ୍‌ ୧୦୦୦୦ ପତ୍ରକାରଙ୍କୁ ପ୍ରଶିକ୍ଷଣ ଦେବାର ଯୋଜନା ରଖିଛି ।