ପମ୍ପ୍ରେଟ୍‌ କବାବ୍‌

ପ୍ରସ୍ତୁତି ସାମଗ୍ରୀ- ୨କୋଜି ପମ୍ପ୍ରେଟ୍‌ ମାଛ, ୧ଗୋଟି ପିଆଜ, ଅଳ୍ପ ଅଦା, ଫାଳେ କାଗଜି ଲେମ୍ବୁ, ଅଳ୍ପ ପୋଦିନା ପତ୍ର, ୬ଟା କଞ୍ଚାଲଙ୍କା, ୧କପ୍‌ ତେଲ, ଦରକାର ଅନୁଯାୟୀ ଲୁଣ ଓ ହଳଦୀ ।
ପ୍ରଣାଳୀ- କରେଇରେ ୨ଚାମଚ ତେଲ ପକାଇ ପମ୍ପ୍ରେଟ୍‌ ମାଛକୁ ନରମ ଭଜାକରି ଦେବେ, ଭାଜିଲା ପରେ ସେଥିରୁ କଣ୍ଟା ସବୁ କାଢି ଦେବେ । ପିଆଜ, ଅଦା, କଞ୍ଚାଲଙ୍କା ଓ ପୋଦିନା ପତ୍ରକୁ ଚୂନା ଚୂନା କାଟିଦେଇ ମାଛ ସାଙ୍ଗରେ ଭଲଭାବରେ ମିଶାଇ ଦେବେ । ମାଛ ମସଲାରେ ଲେମ୍ବୁକୁ ଚିପୁଡ଼ି ଦେବେ। ତା’ପରେ ସେଥିରେ ଅଣ୍ଡାକୁ ଫେଣ୍ଟି ମିଶାଇଦେବେ । ତାୱାରେ ତେଲ ଗରମ କରି ସେହି କବାବ୍‌ ଗୁଡ଼ିକ ଭଲ ରୂପେ ସେକିଦେବେ ।