ପରମ୍ପରା ଆଢୁଆଳରେ କୁକର୍ମ

ଦୁନିଆରେ ଏପରି ଅନେକ ସ୍ଥାନ ରହିଛି ଯାହାର ପରମ୍ପରା, ରୀତିନିତୀ, ଲୋକାଚାର ବାସ୍ତବ ଜୀବନ ଠାରୁ ସମ୍ପୂର୍ଣ୍ଣ ରୂପେ ଭିନ୍ନ ଏବଂ ନିଆରା । କିନ୍ତୁ ଅନେକ ଲୋକ ପ୍ରଥା ପରମ୍ପରା ଆଢୁଆଳରେ ନାନା ପ୍ରକାର କୁକର୍ମ ଭିଆଇଥାନ୍ତି । ଯାହାଫଳରେ ମହିଳାଙ୍କ ଅଧିକାର କ୍ଷୁର୍ଣ୍ଣ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ । ଆଜି ଆମେ ଏହିପରି ଏକ ଅଦ୍ଭୁତ ପରମ୍ପରା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ମାତ୍ରେ ଆପଣ ମଧ୍ୟ ଚିନ୍ତାରେ ପଡିଯିବେ । ଦିଲ୍ଲୀର ପ୍ରେମନଗର ଏବଂ ଧର୍ମଶାଳାରେ ପରାନା ନାମକ ଏକ ସମୁଦାୟ ବାସ କରନ୍ତି, ଯେଉଁମାନେ ଦେହ ବ୍ୟବସାୟର ପରମ୍ପରାକୁ ବହୁଦିନ ଧରି ପାଳନ କରି ଆସୁଛନ୍ତି । ଏହି ସମୁଦାୟର ଲୋକ ଝିଅ ଜନ୍ମକୁ ବଡ ଉତ୍ସୁକତାର ସହ ପାଳନ କରିଥାନ୍ତି । କିନ୍ତୁ ଝିଅ ବଡ ହେବା ମାତ୍ରେ ପରିବାର ସଦସ୍ୟ ଝିଅକୁ ବିକ୍ରି କରି ଦିଅନ୍ତି । ବିବାହ ପରେ ପନିୀକୁ ଦେହ ବ୍ୟବସାୟରେ ସ୍ୱାମୀ ନିୟୋଜିତ କରିଥାଏ । ଏପରିକି ନିଜେ ସ୍ୱାମୀ ସ୍ତ୍ରୀ ପାଇଁ ଗ୍ରାହକ ଯୋଗାଡ କରିଥାଏ । ଯଦି କୌଣସି ଝିଅ ବା ମହିଳା ଦେହ ବ୍ୟାପାର ପାଇଁ ମନା କରିଦିଏ, ତେବେ ତାକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଏହି କୁକର୍ମ କରୁଥିବା କିଛି ମହିଳା କୁହନ୍ତି, ତାଙ୍କୁ ଦିନକୁ ଅତିକମ୍‌ରେ ୫ ଜଣ ଅପରିଚିତ ବ୍ୟକ୍ତିଙ୍କ ସହ ଶୋଇବାକୁ ପଡେ । ଏହି ସମୁଦାୟର ଝିଅମାନଙ୍କୁ ପଞ୍ଚାୟତକୁ ଅଣାଯାଇଥାଏ । ତାଙ୍କ ସୌନ୍ଦର୍ଯ୍ୟ ଅନୁସାରେ ତାଙ୍କ ଦାମ୍‌ ସ୍ତିର କରାଯାଏ । ୟୟଏଠାରେ ଝିଆମାନଙ୍କୁ ପଢିବା ପାଇଁ ଅନୁମତି ଦିଆଯାଇନଥାଏ ।