ପରାଜୟ ଗ୍ଲାନିରେ ଆହତ

ତେଲେଙ୍ଗାନା, ୧୨/୧୨ : ୫ ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ କାହା ପାଇଁ ଖୁସିର ବିଷୟ ପାଲଟିଛି ତ ଆଉ କାହା ଜୀବନରେ ଦୁଃଖର ଛାୟା ଖେଳାଇଦେଇଛି । ଗୋଟିଏ ପଟେ ଉତ୍ସବର ବାତାବରଣ ଦେଖିବାକୁ ମିଳୁଥିବା ବେଳେ ଅନ୍ୟ ପକ୍ଷରେ ନୈରାଶ୍ୟ ଖେଳିଯାଇଛି । ଇତି ମଧ୍ୟରେ ତେଲେଙ୍ଗାନାର ୨ ଜଣ ନେତା ନିଜ ପରାଜୟ ସହ୍ୟ କରି ନପାରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ନାଲଗୋଣ୍ଡା ନିର୍ବାଚନମଣ୍ଡଳୀରୁ ଲଢୁଥିବା କଂଗ୍ରେସ ପ୍ରାର୍ଥୀ କୋମାଟିରେzୀ େୱଙ୍କେଟ ରେzୀ ହଠାତ ଅସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହି ପରି ପଲେର ନିର୍ବାଚନମଣ୍ଡଳୀରୁ ଟିଆରଏସ ପ୍ରାର୍ଥୀ ତୁମ୍ମାଲା ନାଗେଶ୍ୱର ରାୱ ମଧ୍ୟ ହଠାତ୍‌ ହୃଦଘାତର ଶିକାର ହେବାରୁ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା । କଂଗ୍ରେସ ପ୍ରର୍ଥୀ ରେzୀଙ୍କୁ ଟିଆରଏସ ପ୍ରାର୍ଥୀ ୮୬୩୩ ଭୋଟ୍‌ ରେ ପରାଜୟ କରିଥିଲେ । ତେବେ ଫଳଫଳ ସୁଣିବା ପରେ ହଠାତ୍‌ ତାଙ୍କ ରକ୍ତଚାପ ବଢିବାରୁ ତୁରନ୍ତ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ଅନ୍ୟପକ୍ଷରେ ପୂର୍ବ ମନ୍ତ୍ରୀ ତଥା ଟିଆରଏସ ପ୍ରାର୍ଥୀ ଟି.ନାଗେଶ୍ୱର ରାୱଙ୍କୁ ନିର୍ବାଚନରେ ୭୬୬୯ ଭୋଟ୍‌ ରେ ପରାଜୟର ସାମ୍ନା କରିବାକୁ ପଡିଥିଲା । ପରାଜୟର ଖବର ଶୁଣିବା ମାତ୍ରେ ସେ ହୃଦଘାତର ଶିକାର ହୋଇଥିଲେ । ଏହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।